ସାରଥୀଙ୍କ ପୂଜାକୁ ବିରୋଧ, ଭକ୍ତଙ୍କ ଉପରେ ଅଣ୍ଡା ମାଡ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ୩ ନମ୍ବର ୱାର୍ଡର ତ୍ରିଲୋଚନ ପାତ୍ରଙ୍କ ଘରେ ସାରଥୀ ବାବାଙ୍କ ପୂଜା ଚାଲିଥିବା ସମୟରେ ତନୁପୁର ଗାଁର ଲୋକେ ବିରୋଧ କରିଥିଲେ । ବିରୋଧ କରି ସାରଥି ଭକ୍ତଙ୍କ ଉପରକୁ କଲେ ଅଣ୍ଡା ମାଡ଼ । ଏସବୁ ସତ୍ତ୍ବେବି ଭଜନ କୀର୍ତ୍ତନ କରିନଥିଲେ ସାରଥି ଭକ୍ତ । ଫଳରେ ବାଧ୍ୟ ହୋଇ ଉତ୍ତେଜନା ବଢ଼ିବା ଦେଖି ପୋଲିସ ସାରଥି ଭକ୍ତଙ୍କୁ ବାହାର କରିଛି।ସୂଚନାଥାଉକି, ଆତ୍ମଘୋଷିତ ଧର୍ମଗୁରୁ ସନ୍ତୋଷ ରାଉଳ ଓରଫ୍‌ ସାରଥି ବାବା କେନ୍ଦ୍ରାପଡ଼ାରେ ବାରିମୂଳ ଆଶ୍ରମକୁ ନେଇ ଏକ ବିବାଦରେ ଫସିଥିଲେ। ଖାଲି ସେତିକି ନୁହେଁ ତାଙ୍କ ବିରୋଧରେ ଯୌନ ଶୋଷଣ, ଆର୍ଥିକ ଅନିୟମିତତା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପର ଅଭିଯୋଗ ମଧ୍ୟ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital