ସ୍ୱାଧୀନତା ଦିବସ କାହିଁକି ପାଳନ କରାଯାଏ ?

ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫। ଏହି ଦିନରେ ହିଁ ଭାରତବାସୀ ମୁକ୍ତ ହୋଇଥିଲେ ଇଂରେଜ ସରକାରଙ୍କ କବଳରୁ। ଅଗଷ୍ଟ ମାସ ୧୫ ତାରିଖକୁ ଆମେ ପାଳିଥାଉ ସ୍ୱାଧୀନତା ଦିବସ ଭାବରେ। ଏହି ଦିନ ନିଜ ପରିଚୟ ଓ ସ୍ଵାଧୀନତା ଫେରି ପାଇଥିଲା ଭାରତ। ଏହି କାରଣରୁ ହିଁ ପ୍ରତିଟି ଭାରତୀୟଙ୍କ ପାଇଁ ଅଗଷ୍ଟ ପନ୍ଦରର ବିଶେଷତା ରହିଛି। ବ୍ରିଟିଶ ଶାସନ ବେଳେ ପରାଧୀନ ଭାରତରେ ସ୍ଵାଧୀନତା ପାଇବା ପାଇଁ ଅନେକ କଷ୍ଟ ସହିଛନ୍ତି ଭାରତୀୟମାନେ। ପ୍ରାୟ ୨୦୦ ବର୍ଷ ଧରି ଭାରତକୁ ଶାସନ କରିଥିଲେ ଇଂରେଜ ସରକାର। ଅନେକ ନିର୍ଯାତନା ପାଇଥିଲେ ଭାରତବାସୀ।

ତେବେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହର ଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ନେତାଜୀ ସୁଭାଷ ବୋଷଙ୍କ ଠାରୁ ଆରମ୍ଭ କରି ଝାନ୍ସିର ରାଣୀ ଲକ୍ଷ୍ମୀବାଇଙ୍କ ପର୍ଯ୍ୟନ୍ତ ଏହି ସ୍ଵାଧୀନତା ପାଇଁ ସଙ୍ଘର୍ଷ କରିଥିଲେ। ଦେଶର କୋଣ ଅନୁକୋଣ, ସବୁଠି ଜାଗି ଉଠିଥିଲା ସ୍ଵାଧୀନତା ହାସଲ କରିବାର ଅଦମ୍ୟ ସାହସ । ଅନେକ ଭାରତୀୟ ଯେମିତିକି ବାଜିରାଓଙ୍କ ଠାରୁ ଆରମ୍ଭ କରି ଭଗତ୍ ସିଂଙ୍କ ପର୍ଯ୍ୟନ୍ତ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଦେଲେ। ଅନେକ ସଂଘର୍ଷ ପରେ ଯାଇ ସ୍ଵାଧୀନତା ପାଇଥିଲା ଭାରତ। ତେବେ ଭାରତ ସ୍ୱାଧୀନତା ଲାଭ କରିବାର ମଧ୍ୟରାତ୍ରରେ ଜବାହର ଲାଲ ନେହେରୁ ଏକ ଐତିହାସିକ ଭାଷଣ ଦେଇଥିଲେ । ଯାହାକୁ “Tryst of Destiny” ନାଁରେ ଜଣାଯାଏ । ଏହାବାଦ ସ୍ୱାଧୀନ ଭାରତର ସଂସଦରେ ଦିଆଯାଇଥିବା ଏହା ହେଉଛି ପ୍ରଥମ ଭାଷଣ। ପ୍ରତି ବର୍ଷ ଏହି ଦିନରେ ଦେଶର ପ୍ରଧାନମନ୍ତ୍ରୀ ଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ନିଜ ଭାଷଣ ରଖିଥାନ୍ତି। କିନ୍ତୁ ଖୁବ କମ ଲୋକ ହୁଏତ ଜାଣିଥିବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଏମିତି କିଛି ହୋଇନଥିଲା । ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ଏକ ପତ୍ରରୁ ଜଣା ଯାଇଛିକି ନେହେରୁ ସେହି ବର୍ଷ ଅଗଷ୍ଟ ୧୬ ତାରିଖରେ ହିଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital