ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତାକାଲି ୭ ତାରିଖ ରାତି ୧ଟା ୨୦ରୁ ୨ଟା ୨୦ ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ସମସ୍ତ ଡିଜିଟାଲ ସେବା ବନ୍ଦ ରହିବ । ତେଣୁ ଏଥିପାଇଁ କୌଣସି ସେବା କାମ କରିବ ନାହିଁ । ସେବା ବନ୍ଦ ନେଇ ଗ୍ରାହକମାନେ ଭୋଗିବାକୁ ଥିବା ଅସୁବିଧାରୁ ବଞ୍ଚିତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିବା କୁହାଯାଇଛି । । ଇଣ୍ଟରନେଟ୍ ବ୍ୟାଙ୍କିଂ, ରିଟେଲ୍, ମର୍ଚାଣ୍ଟ, ୟୋନୋଲାଇଟ୍ ସିଆଇଏନବି, ୟୋନୋ ବିଜନେସ୍, ୟୋନୋ ମୋବାଇଲ ଆପ ମଧ୍ୟ କାମ କରିବନି ।ଡିଜିଟାଲ ସେବାକୁ ଛାଡ଼ିଦେଲେ ଅନ୍ୟ ବ୍ୟାଙ୍କ ସମ୍ବନ୍ଧୀୟ କାମ ହୋଇପାରିବ । ତେବେ ବ୍ୟାଙ୍କର ସେବା ସେ ସମୟରେ ବନ୍ଦ ରହିବ, ଯେଉଁ ସମୟରେ କମ୍ ଗ୍ରାହକ ଏହାର ବ୍ୟବହାର କରନ୍ତି ।
