ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର।

ରାୟଗଡା, -ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।ଶନିବାର ଦିନ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜାନୁୟାରୀ ୨୬ ପାଇଁ ବ୍ୟସ୍ତ ରହିଥିବା ବେଳେ, ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପାଇଁ ପିଲା ମାନେ ଧାଡି ବାନ୍ଧି ଠିଆ ହୋଇ ରହିଥିଲେ । ଆଜି ଶନିବାର ଦିନ ଅଣ୍ଡା ତରକାରୀ କରାଯାଇଥିଲା ।ଧାଡିରେ ଠିଆ ହୋଇ ରହିଥିବା ପିଲା ମାନେ ଠେଲା ପେଲା ହେବାରୁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ପାହାନ ମହାନନ୍ଦିଆ ତଳେ ପଡିଯିବାରୁ ତା ଉପରେ ଅଣ୍ଡା ଝୋଳ ପଡି ଯାଇଥିଲା। ଯାହା ଫଳରେ ତାର ଶରୀରର କିଛି ଅଂଶ ପୋଡି ଯାଇଥିଲା । ପହାନ ମହାନନ୍ଦିଆ ଙ୍କ ବାପା ରାଧାକୃଷ୍ଣ ମହାନନ୍ଦିଆ ସ୍କୁଲ କର୍ତ୍ତୃପକ୍ଷ ଛୋଟ ଛୋଟ ପିଲାଙ୍କ ଦାୟିତ୍ଵ ନେଇ ପାରୁ ନାହାଁନ୍ତି ବୋଲି ନିନ୍ଦା କରିଛନ୍ତି। ମାଆ ଲଳିତା ମହାନନ୍ଦିଆ କ୍ଷଭ ପ୍ରକାଶ କରିଛନ୍ତି। ପହାନ ମହାନନ୍ଦିଆ ଙ୍କୁ ପ୍ରଥମେ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଦେଖାଇବା ପରେ, ବର୍ତ୍ତମାନ୍ ପହାନ ମହାନନ୍ଦିଆ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଅଧିକ ପଢନ୍ତୁ