29ରେ ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରୁଛି ପ୍ରଚାର

ଆସନ୍ତା ଏପ୍ରିଲ 29 ତାରିଖରେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଯେପରି ମତଦାନରେ ବାଧା ନ ଉପୁଜେ ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ(EC) । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି  ପ୍ରଚାରର ଶେଷ ଦିନ ।ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି।ଗତ ଏପ୍ରିଲ 23ରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ରାଜ୍ୟରେ ଆଇନ […]

ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଙ୍ଗାମା: ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକୁ “ନର୍କ” ଭାବରେ ବର୍ଣ୍ଣନା ହୋଇଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏଥର ସେ ତାଙ୍କ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଲେଖକ ଏବଂ ମତାମତକାରୀ ମାଇକେଲ୍ ସାଭେଜଙ୍କ ଏକ ପୁରୁଣା ଭିଡିଓକୁ ରି-ପୋଷ୍ଟ କରିଛନ୍ତି, ଯେଉଁଥିରେ ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକୁ “ନର୍କ” ଭାବରେ ବର୍ଣ୍ଣନା କରାଯାଇଛି। “ଜନ୍ମାଧିକାର ନାଗରିକତା” ଶୀର୍ଷକ ଏହି ଭିଡିଓରେ ଭାରତ ବିରୋଧୀ ବକ୍ତବ୍ୟ ରହିଛି; ଏବେ ଟ୍ରମ୍ପ ଏହି ଭିଡିଓରେ ଦିଆଯାଇଥିବା […]

ଏବେ ରୁଷ ଏବଂ ଇରାନରୁ ତେଲ କିଣିବାକୁ ଅନୁମତି ଦିଆଯିବ ନାହିଁ

ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ଅଧିକାଂଶ ଦେଶରେ ତୈଳ ସଙ୍କଟ ଗମ୍ଭୀର ହେଉଥିବା ପରିପ୍ରେକ୍ଷୀରେ ଆମେରିକା ପ୍ରତିବନ୍ଧକ ସତ୍ତ୍ୱେ ଇରାନ ଏବଂ ରୁଷରୁ ତେଲ କିଣିବା ପାଇଁ ଛାଡ ଦେଇଥିଲା ଯାହା ଏବେ ଶେଷ ହେବାକୁ ଯାଉଛି। ଆମେରିକା ଏହି ଛାଡକୁ ବୃଦ୍ଧି କରିବାକୁ ମନା କରିଦେଇଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଘୋଷଣା କରିଛନ୍ତି, ୱାସିଂଟନ ଆଉ ଛାଡ ଅବଧି ବୃଦ୍ଧି କରିବ ନାହିଁ। ଏବେ ରୁଷ ଏବଂ ଇରାନରୁ ତେଲ କିଣିବାକୁ ଅନୁମତି ଦିଆଯିବ […]

ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ, ଶପଥ ନେଲେ ସମ୍ରାଟ ଚୌଧୁରୀ

ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି । ପାଟନାର ଲୋକଭବନରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଜେଡିୟୁ ବିଧାୟକ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।। ଆଜି କେବଳ ଏହି ତିନି ନେତା ଶପଥ ଗ୍ରହଣ କରିଛନ୍ତି । ନୂତନ ଏନଡିଏ ସରକାର ଗଠନ ହେବା ପରେ ମଧ୍ୟ କ୍ୟାବିନେଟରେ ୩୩ଟି ମନ୍ତ୍ରୀ ପଦ ଖାଲି […]

ଡିପ୍ରେସନ୍‌ରୁ ମୃତ୍ୟୁ; ବାଥରୁମରେ ଭଉଣୀର ଡେଡ୍‌ବଡି ପୋଡିଲା ଭାଇ

ଝାଡ଼ଖଣ୍ଡର ଧାନବାଦର ଗୋବିନ୍ଦପୁରରେ ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ପରିବାରରେ ଅଜବ ଘଟଣା । ଭଉଣୀର ଶବକୁ ବାଥରୁମରେ ଜାଳିଲା ବଡ଼ ଭାଇ । ବୈଜ୍ଞାନିକଙ୍କ ପୁଅ ତାଙ୍କ ଛାଡପତ୍ର ପାଇଥିବା ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କ ଘରର ବାଥରୁମରେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ଅର୍ଦ୍ଧଦଗ୍ଧ ଶରୀରରୁ ଦୁର୍ଗନ୍ଧ ପଡ଼ୋଶୀରେ ବ୍ୟାପିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଉ ଏହାକୁ ଅଧିକ ରହସ୍ୟମୟ କରିଛି […]

ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ହେବେ

ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ନାମ ଚୂଡ଼ାନ୍ତ ହୋଇଛି । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆସନ୍ତାକାଲି, ଏପ୍ରିଲ ୧୫ ତାରିଖ, ପୂର୍ବାହ୍ନ ୧୧ଟାରେ, ଲୋକଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଯେଉଁ ଠାରେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ତେବେ ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ମିଳିଥିବା ସୂଚନା ଅନୁଯାୟୀ ନୀତିଶ କୁମାର ଆଜି ଅପରାହ୍ନ […]

ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା, ଘରୁ ମିଳିଥିଲା ବିପୁଳ ଟଙ୍କା

ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । । ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦରେ ପଡ଼ିଥିଲେ। ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ସ୍ଥାନାନ୍ତର କରାଯାଇଥିଲା। ଗତ ୫ ତାରିଖରେ ଶପଥ ନେଇଥିଲେ ଜଷ୍ଟିସ୍। ବର୍ତ୍ତମାନ ଆଭ୍ୟନ୍ତରୀଣ ତଦନ୍ତର ସମ୍ମୁଖୀନ ହେଉଛନ୍ତି ବୋଲି ସୂଚନା ମିଳିଛି।ଜଷ୍ଟିସ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ସଂସଦରେ ବହିଷ୍କାର ପ୍ରକ୍ରିୟା (Impeachment) ଚାଲିଥିଲା । […]

‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ

‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ । ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି । ସଂସଦରେ ପାରିତ ହେବା ପରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଜ୍ୟ ବିଭାଜନ ହେବାରେ ୧୨ ବର୍ଷ ପରେ ଅମରାବତୀ ଆନୁଷ୍ଠାନିକ ଭାବେ ମାନ୍ୟତା ପାଇଛି। ପୂର୍ବରୁ ୨୦୧୪ ମସିହା ଆଇନ୍ ରେ ରାଜଧାନୀ ନାମ ସ୍ପଷ୍ଟ ନଥିଲା। ବର୍ତ୍ତମାନ୍ ର ସଂଶୋଧନ ପରେ ଅମରାବତୀ ଆନ୍ଧ୍ରର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ […]

ଲକଡାଉନ ଗୁଜବ ମଧ୍ୟରେ ଜବାବ ଦେଲେ କେନ୍ଦ୍ର ସରକାର

ଇରାନରେ ଯୁଦ୍ଧ ଯୋଗୁଁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି । ଏହା ମଧ୍ୟରେ ସରକାର ଏହାର ସତ୍ୟା ସତ୍ୟ ସଂପର୍କରେ ସୂଚନା ଦେଇଛନ୍ତି ମନ୍ତ୍ରୀ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଲକଡାଉନ ହେବାର ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେ ଜୋର ଦେଇ କହିଛନ୍ତି, “ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ଏପରି କୌଣସି ପ୍ରସ୍ତାବ ଭାରତ ସରକାରଙ୍କ ନିକଟରେ ବିଚାରାଧୀନ ନାହିଁ ।”ଗତ କିଛି ଦିନ […]

ଇରାନ ଶକ୍ତି କେନ୍ଦ୍ର ଗୁଡ଼ିକ ଉପରେ ଆଉ ୧୦ଦିନ ଆକ୍ରମଣ କରିବନି ଆମେରିକା

ଇରାନର ଶକ୍ତି କେନ୍ଦ୍ର ଉପରେ ୧୦ଦିନ ଆକ୍ରମଣ କରିବନି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୁଇ ରାଷ୍ଟ୍ର ଭିତରେ ଆଲୋଚନା ସକରାତ୍ମକ ଭାବେ ଚାଲିଥିବାରୁ ଏପ୍ରିଲ ୬ତାରିଖ ଯାଏଁ ଆକ୍ରମଣ କରିବନ ବୋଲି କହିଛନ୍ତି।ତେବେ ଏହା ସମ୍ପୂର୍ଣ୍ଣ ଯୁଦ୍ଧବିରତି ବା ଅସ୍ଥାୟୀ ଭାବେ ରହିବ ତାହା ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ଏହାକୁ ଖଣ୍ଡନ କରି ମିଛ ବୋଲି କହିଛି ଇରାନ […]

ଆଖି ବୁଜିଲେ ହରିଶ ରାଣା ,୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି

ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିବା ହରିଶ ରାଣାଙ୍କ ନିଧନ ହୋଇଛି । ୧୩ ବର୍ଷରୁ ଅଧିକ ସମୟ ଧରି କୋମାରେ ଥିବା ହରିଶ ରାଣାଙ୍କୁ ଦିଲ୍ଲୀ ଏମ୍ସ ସମ୍ମାନଜନକ ଇଚ୍ଛାମୃତ୍ୟୁ ଦେଇଛନ୍ତି । ହରିଶ ୧୪ ମାର୍ଚ୍ଚରୁ ଏମ୍ସର ଆଇଆରସିଏ ପାଲିଏଟିଭ୍ କେୟାର ୱାର୍ଡରେ ଭର୍ତ୍ତି ହୋଇଥିଲେ। ଏହା ଦେଶରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ପ୍ରଥମ ଘଟଣା। ମାତା ପିତାଙ୍କ ପକ୍ଷରୁ ଅନୁରୋଧ କରାଯିବା ପରେ ୧୧ ମାର୍ଚ୍ଚରେ ସୁପ୍ରିମକୋର୍ଟ ଡାକ୍ତରଙ୍କ ଅନୁଧ୍ୟାନରେ ହରିଶ ରାଣାଙ୍କ ପାଇଁ ନିଷ୍କ୍ରିୟ […]

ସିକ୍ରେଟ କ୍ୟାମେରା ଓ ୫୮ ମହିଳାଙ୍କ ଭିଡିଓ କ୍ଲିପ: ଖୋଲିଲା ରସିକିଆ ଜ୍ୟୋତିଷଙ୍କ କଳାକାରନାମା

ମହାରାଷ୍ଟ୍ରର ନାସିକରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ ସହ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଖ୍ୟାତନାମା ଜ୍ୟୋତିଷଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାମ ଅଶୋକ ଖରାତ (୬୭) ବୋଲି ଜଣାପଡିଛି। ପୋଲିସ କହିଛି ଯେ ପୀଡିତା ପ୍ରଥମେ ୨୦୧୯ ମସିହାରେ ଜଣେ ସମ୍ପର୍କୀୟଙ୍କ ସହିତ ଅଶୋକଙ୍କ ଆଶ୍ରମକୁ ତାଙ୍କ ବିବାହ ସମ୍ପର୍କରେ ପରାମର୍ଶ ନେବାକୁ ଯାଇଥିଲେ। କିନ୍ତୁ, କୋଭିଡ-୧୯ ମହାମାରୀ ଯୋଗୁ, କିଛି ସମୟ ପାଇଁ ତାଙ୍କ ସହ ତାଙ୍କର ଯୋଗାଯୋଗ […]