ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ହେବେ

ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ନାମ ଚୂଡ଼ାନ୍ତ ହୋଇଛି । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆସନ୍ତାକାଲି, ଏପ୍ରିଲ ୧୫ ତାରିଖ, ପୂର୍ବାହ୍ନ ୧୧ଟାରେ, ଲୋକଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଯେଉଁ ଠାରେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ତେବେ ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ମିଳିଥିବା ସୂଚନା ଅନୁଯାୟୀ ନୀତିଶ କୁମାର ଆଜି ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଡାକିଛନ୍ତି।ଏହି ବୈଠକ ପରେ, ସେ ଅପରାହ୍ନ ୩:୦୫ରେ ଲୋକଭବନରେ ପହଞ୍ଚିବେ। ସେ ଅପରାହ୍ନ ପ୍ରାୟ ୩:୧୫ରେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ସେ ଅପରାହ୍ନ ୩:୨୫ରେ ଲୋକଭବନ ଛାଡି ରାତି ୧୧:୩୦ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବେ। ଯେଉଁଠାରୁ ସେ ବିଧାନସଭାର କେନ୍ଦ୍ରୀୟ ହଲକୁ ଯିବେ। ବିଜେପି ଆଜି ଅପରାହ୍ନ ୩ଟାରେ ବିଧାୟକମାନଙ୍କର ଏକ ବୈଠକ ଡାକିଛି। ନୀତିଶ କୁମାରଙ୍କ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିହାରର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡ଼ିଛି। ନୀତିଶ ଗତ ସପ୍ତାହରେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଥିଲେ ।

ମୁଖ୍ୟମନ୍ତ୍ରୀ ପଦ କିଏ ନେବ ସେ ବିଷୟରେ ଯଥେଷ୍ଟ ବିତର୍କ ହୋଇଛି । ଅନେକ ନେତାଙ୍କ ନାମକୁ ନେଇ ବିଚାର କରାଯାଇଥିଲା, କିନ୍ତୁ ଶେଷରେ ସମ୍ରାଟ ଚୌଧୁରୀଙ୍କ ନାମରେ ମୋହର ବାଜିଥିଲା । ସମ୍ରାଟ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ସେ ବିହାରର ଦ୍ୱିତୀୟ ନେତା ଯିଏ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ଅଧିକ ପଢନ୍ତୁ