ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୩୦ରେ  ଭାପୁର ଏବଂ ଖଣ୍ଡପଡ଼ା ବ୍ଲକ ଅଡିସନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ୩୦ ତାରିଖ ଦିନ ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଭାପୁର ଏବଂ ଖଣ୍ଡପଡ଼ା ବ୍ଲକରେ ସିଜିନ-୩ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ  ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରା ସଂଯୋଜକ ଲକ୍ଷ୍ମୀଧର […]

ବିବାହ ବାର୍ଷିକୀରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ରାଜକୁମାର ରାଓ-ପତ୍ରଲେଖା

ଅଭିନେତା ରାଜକୁମାର ରାଓ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ପତ୍ରଲେଖା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତା ଏହି ବିଶେଷ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଖାସ୍ କଥା ହେଉଛି ଯେ, ଦମ୍ପତ୍ତି ସେମାନଙ୍କ ଚତୁର୍ଥ ବିବାହବାର୍ଷିକୀରେ କନ୍ୟା ସନ୍ତାନକୁ ଜନ୍ମ ଦେଇ ପିତା-ମାତା ହୋଇଛନ୍ତି । ଏଥିସହ ସୁନ୍ଦର ଝିଅ ସହ ବିବାହ ବାର୍ଷିକୀରେ ଭଗବାନଙ୍କର ସେମାନଙ୍କୁ ଏହା ବଡ଼ ଆଶୀର୍ବାଦ ବୋଲି କ୍ୟାପସନରେ ଲେଖିଛନ୍ତି । ଯାହା ସେମାନଙ୍କ ଖୁସିକୁ ଦ୍ବିଗୁଣିତ […]

ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ଛି କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି।ସୂଚନା ମୁତାବକ , ବରିଷ୍ଠ ସିନେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ଆଜି ସକାଳେ କଟକରୁ ଶୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ ଆସୁଥିଲେ । ତେବେ ପ୍ରତାପନଗରୀ କେନାଲ ରୋଡ୍ ବାଟ ଦେଇ ଫେରିବା ବେଳେ […]

ବଲିଉଡ ପ୍ରତିଷ୍ଠିତ ହାସ୍ୟ ଅଭିନେତା ସତୀଶ ଶାହାଙ୍କ ପରଲୋକ

ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। । 74 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ କିଡ଼ନୀ ରୋଗରେ ପୀଡିତ ଥିଲେ । ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଜଣେ ପ୍ରଖ୍ୟାତ ହାସ୍ୟ ଅଭିନେତା ଭାବେ ବଲିଉଡରେ ତାଙ୍କର ଏକ ଭିନ୍ନ ପରିଚୟ ରହିଥିଲା […]

କରୁରରେ ଦଳାଚକଟା ଘଟଣା; ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର୍‌ କରିବାକୁ ୩ ଜଣିଆ କମିଟି ଗଠନ ହୋଇଛି । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଅଜୟ ରସ୍ତୋଗିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଘଟଣାର ତଦନ୍ତ ନିରପେକ୍ଷ ହେବା ଉଚିତ୍‌ ବୋଲି କହିଛନ୍ତି ସର୍ବୋଚ୍ଚ […]

ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ଦେଉଥିଲେ ତେଲୁଗୁ ଅଭିନେତ୍ରୀ

ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି । ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ନେଇ ଥାନାରେ ମାମଲା ହୋଇଛି । ୨୨ ବର୍ଷୀୟ ଯୁବତୀ ଜଣକ ଡିମ୍ପଲ ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ପରେ ଫିଲ୍ମ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଓଡିଆ ଯୁବତୀଙ୍କ ଘର ରାୟଗଡା ଜିଲ୍ଲାରେ ଥୟବା ନେଇ ସୂଚନା ମିଳିଛି । ସେ ଡିମ୍ପଲଙ୍କ ଘରେ […]

ତାମିଲନାଡୁ ଦଳାଚକଟା: ବିଜୟଙ୍କ ନାଁରେ ସାଂଘାତିକ ଅଭିଯୋଗ

ତାମିଲନାଡୁର କରୁରରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଦଳାଚକଟାରେ ୪୧ ଜଣ ପ୍ରାଣ ହରାଇଛନ୍ତି। ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ଦ୍ୱାରା ଆୟୋଜିତ ଏକ ରାଲି ସମୟରେ ଏହି ଘଟଣା ଘଟିଥିଲା। ଏଫଆଇଆରରେ, ପୋଲିସ ବିଜୟଙ୍କ ଉପରେ ‘ଜାଣିଶୁଣି ଶକ୍ତି ପ୍ରଦର୍ଶନ”ର ଅଭିଯୋଗ କରିଛି। ଦଳାଚକଟା ପାଇଁ ପୁଲିସ ବିଜୟଙ୍କୁ ଦାୟୀ କରିଛି। ବିଜୟଙ୍କ ଅବହେଳା ପାଇଁ ଦଳାଚକଟା ଘଟିଲା ବୋଲି ପୁଲିସ ଅଭିଯୋଗ କରିଛି। ଏ ନେଇ କରୁର ସିଟି ପୁଲିସ ପକ୍ଷରୁ ଏତଲା […]

ଭୁବନେଶ୍ବର ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଲା

ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର ସ୍ଵାସ୍ଥ୍ୟରେ ସୁଧାର ଆସିଥିବା ଭୁବନେଶ୍ଵର ଏମ୍‌ସ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ତାଙ୍କ ଆଇସିୟୁ ଓ୍ବାର୍ଡରୁ ବାହାର କରି ମେଡିସିନ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି।ସୂଚନାଯୋଗ୍ୟ, ଅଭିଜିତ ଫୁସଫୁସ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ଦିନକୁ ଦିନ ସ୍ଵାସ୍ଥ୍ୟାବସ୍ଥା ଜଟିଳ ହେବାରେ ଲାଗିଥିଲା। ମାତ୍ର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ଯୋଗୁ ତାଙ୍କ […]

ଚମତ୍କାର ନାଟ୍ୟାନୁଷ୍ଠାନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ନାଟକ ‘ଡାଆଣୀ’ ମଞ୍ଚସ୍ଥ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଚମତ୍କାର’ ପକ୍ଷରୁ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଦିବାସୀ ପରମ୍ପରା, କଳା, ସଂସ୍କୃତି ତଥା ଜନଜୀବନ ଉପରେ ଆଧାରିତ ନାଟକ ଡାଆଣୀ ମଞ୍ଚସ୍ଥ ହୋଇଯାଇଛି। ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ବିଜୟ ମହାନ୍ତିଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ।ଆଦିବାସୀ ପରମ୍ପରା ଆଧାରିତ ସଂସ୍କାର ମୂଳକ ନାଟକ ‘ଡାଆଣୀ’ ଆଦିବାସୀ ଜନଜୀବନରେ କିପରି ପ୍ରଭାବ ପକାଇଥାଏ ତାହାର ନିଚ୍ଛକ ପ୍ରଦର୍ଶନ ଏହି ନାଟକ […]

‘ଶୋଲେ’ ଚଳଚ୍ଚିତ୍ରକୁ ପୁରିଲା ୫୦ ବର୍ଷ

‘ଶୋଲେ’ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର ୫୦ ବର୍ଷ ପୂରଣ କରିଛି । ଏହି ଚଳଚ୍ଚିତ୍ରଟି ସ୍ୱାଧୀନତା ଦିବସ, ୧୫ ଅଗଷ୍ଟ ୧୯୭୫ରେ ମୁକ୍ତିଲାଭ କରିଥିଲା । ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମା ମାଳିନୀ, ଜୟା ବଚ୍ଚନ, ସଞ୍ଜୀବ କୁମାର ଏବଂ ଅମଜଦ ଖାନଙ୍କ ଭଳି କଳାକାରମାନେ ଅଭିନୟ କରିଥିଲେ । ୨୦୪ ମିନିଟର ଏହି ଚଳଚ୍ଚିତ୍ର। କାଳ୍ପନିକ ଗାଁ ରାମଗଡ଼ ଉପରେ ଆଧାରିତ ଏକ କଲ୍ଟ କ୍ଲାସିକ୍ ସିନେମା । […]

୩୧.୫୦ ଲକ୍ଷ ଟଙ୍କାର ଠକେଇ କରି ଗିରଫ ହେଲେ ଅଭିନେତା

ଉଧାର ଟଙ୍କା ନେଇ କରଜ ସୁଝି ନପାରିବା ଓଡିଆ ଫିଲ୍ମ ହିରୋଙ୍କୁ ମହଙ୍ଗା ପଡିଛି । ଓଲିଉଡ଼ ଅଭିନେତାଙ୍କୁ ଗିରଫ କରିଛି ପୋଲିସ୍ । ‘ବଦମାସ ଟୋକା’ ଫିଲ୍ମର ହିରୋ ଉଦୟନ ଅପରାଜିତଙ୍କୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ବଡଗଡ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗିରଫ କରିଛି କମିଶନରେଟ୍ ପୋଲିସ । ସେ ହେଲେ ମଞ୍ଚେଶ୍ୱର ଥାନା ପଳାଶୁଣୀରେ ରହୁଥିବା ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁରର ଉଦୟନ ଅପରାଜିତ୍‌ (୪୦)। କୋର୍ଟଚାଲାଣ ପରେ […]

ଆଉ ନାହାନ୍ତି ‘କାଣ୍ଟା ଲଗା’ ଗର୍ଲ

ଆଉ ନାହାନ୍ତି ଶେଫାଳି ଜରିୱାଲା । ବିଗ୍‌ ବସ୍‌ ପ୍ରତିଯୋଗି ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲଙ୍କର ଗତକାଲି (ଶୁକ୍ରବାର) ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂତ୍ର ମୁତାବକ ମୁମ୍ବାଇର ଅନ୍ଧେରି ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିବା ଅଭିନେତ୍ରୀଙ୍କୁ ଗତକାଲି ରାତି ପାଖାପାଖି ୧୧ ଟା ବେଳକୁ ଅସୁସ୍ଥ ହେଲା ପରି ଅନୁଭବ ହେଲା । ଛାତିରେ ଯନ୍ତ୍ରଣା ହେବା କାରଣରୁ ସ୍ବାମୀ ପରାଗ ତ୍ୟାଗି […]