ଅର୍ଜୁନ କପୁର ଓ ସାହିବା ବାଲିଙ୍କୁ ନେଇ ଡେଟିଂ ଚର୍ଚ୍ଚା ! ମୁହଁ ଖୋଲିଲେ ସାହିବା ବାଲି

ସାଧରଣତଃ ବଲିଉଡ ସେଲିବ୍ରେଟିମାନେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଲାଇମଲାଇଟରେ ରହିଥାନ୍ତି । ଅନେକ ସମୟରେ ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ବିବାଦୀୟ ଖବର ସାମ୍ନାକୁ ଆସିଛି । ସେହିଭଳି ବର୍ତ୍ତମାନ ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ଚର୍ଚ୍ଚାରେ ଅହିଛି ।ଅର୍ଜୁନ କପୁର ଓ ଅଭିନେତ୍ରୀ ସାହିବା ବାଲିଙ୍କୁ ଏକାଠି ଦେଖାଯିବା ପରେ ସେମାନଙ୍କ ଡେଟିଂ ନେଇ ଅନୁମାନ ଆରମ୍ଭ ହୋଇଛି । ଅର୍ଜୁନ କପୁର ଓ […]

ଚେକ୍ ବାଉନ୍ସ ମାମଲାରେ ତିନି ମାସ ଜେଲରେ ରହିବେ ରାଜପାଲ ଯାଦବ

ଚେକ୍ ବାଉନ୍ସ ମାମଲାରେ ପୁଣି ଅଡ଼ୁଆରେ ଅଭିନେତା ରାଜପାଲ ଯାଦବ । ଅଭିନେତା ରାଜପାଲଙ୍କୁ ୩ ମାସ ଜେଲ ଯିବାକୁ ପଡ଼ିବ । ଦିଲ୍ଲୀ ହାଇକୋର୍ଟ ଦଣ୍ତାଦେଶ କାଏମ ରଖିଛନ୍ତି । ଟଙ୍କା ଫେରସ୍ତ ପାଇଁ ଅଧିକ ସମୟ ଆବେଦନ ଖାରଜ କରିଥିଲେ । ପୁଣି ଜେଲ ଯିବେ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଝଟ୍କା । ତଳକୋର୍ଟଙ୍କ ରାୟକୁ ବଜାୟ ରଖିଲେ ହାଇକୋର୍ଟ ।ଦିଲ୍ଳୀ ହାଇକୋର୍ଟଅଭିନେତା ରାଜପାଲ ଯାଦବଙ୍କୁ […]

ବର୍ଷା ଯୋଗୁଁ ଭୟରେ ମୁମ୍ବାଇବାସୀ ! ସୁପରଷ୍ଟାରଙ୍କ ବଙ୍ଗଳାରେ ପଶିଲାଣି ପାଣି

ମାୟାନଗରୀ ମୁମ୍ବାଇରେ ପୁଣି ଥରେ ମୌସୁମୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ସାରା ସହର ଜଳବନ୍ଦୀ ହୋଇପଡ଼ିଥିବା ବେଳେ ଲୋକଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ବର୍ଷା ପାଣି ଏବେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡର ବଡ଼ ବଡ଼ ସେଲିବ୍ରିଟିଙ୍କୁ ମଧ୍ୟ ନାକେଦମ୍ କଲାଣି। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଇନଫ୍ଲୁଏନ୍ସର ଅମିତାଭ ବଚ୍ଚନଙ୍କ ଜୁହୁ […]

ଇଥା ର ଟିଜରରେ ଶ୍ରଦ୍ଧା କପୁରଙ୍କ ନୂଆ ଲୁକ୍, ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ଫିଲ୍ମ ‘ଇଥା’ ଜରିଆରେ ବଡ଼ ପରଦାକୁ ଆସିବେ ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା କପୁର । ଫିଲ୍ମଟି କିମ୍ବଦନ୍ତୀ ମରାଠୀ ଲାବଣୀ ନୃତ୍ୟଶିଳ୍ପୀ ବିଠାବାଈ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନର ନାଟ୍ୟ ରୂପାନ୍ତର । ଶ୍ରଦ୍ଧାଙ୍କ ଇଥା’ ର ଟିଜର ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କର ଚମତ୍କାର ଲୁକ୍ ଦେଖିବାକୁ ମିଳିଛି । ଇଥା’ ର ଟିଜର ‘କକଟେଲ୍ 2’ ସହିତ ରିଲିଜ୍ କରାଯାଇଥିଲା, ଯାହା ପରେ ଲୋକମାନେ ଏହାକୁ ଇଣ୍ଟରନେଟରେ ଭାଇରାଲ କରିଦେଇଛନ୍ତି […]

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ କୋର୍ଟଙ୍କ ସମନ

କୋର୍ଟ​‌ରେ ହାଜର ହେବେ ତେଲଗୁ ଅଭିନେତା। ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ନାମପଲ୍ଲୀ କୋର୍ଟରୁ ସମନ। ଆସନ୍ତା ୨୨ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଦଳାଚକଟା ମାମଲାରେ ହାଇଦ୍ରାବାଦ କୋର୍ଟ ପକ୍ଷରୁ ଏହି ସମନ ଜାରି କରାଯାଇଛି।ସୂଚନା ଯୋଗ୍ୟ, ହାଇଦ୍ରାବାଦରେ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା ହୋଇଥିଲା।ଏହି ମାମଲାରେ ୧୧ ନମ୍ବର ଅଭିଯୁକ୍ତ ଭାବେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି।। ସନ୍ଧ୍ୟା ଥିଏଟରର ପରିଚାଳନାକୁ ମଧ୍ୟ ଅଭିଯୁକ୍ତ ନମ୍ବର ୧ ରୁ ୧୦ […]

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ସହ ଅଭିନେତା ବିଜୟଙ୍କୁ ସାକ୍ଷାତ କଲେ ସାମନ୍ଥା

ସାମନ୍ଥା ରୁଥ ପ୍ରଭୁ ଏବେ ଅପକମିଂ ଫିଲ୍ମକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଜୁନ୍ ୧୯ରେ ପୂଆ ଫିଲ୍ମ ପରଦା ଉପରକୁ ଆସିବ । ଏନେଇ ଅଭିନେତ୍ରୀ ସାମନ୍ଥା ପ୍ରମୋସନରେ ଲାଗିଛନ୍ତି । ଏବେ ସମାନ୍ଥା ନିକଟରେ ଥଲାପତି ବିଜୟଙ୍କୁ ଭେଟିଛନ୍ତି । ସେ ବିଜୟଙ୍କୁ ଭେଟିବା ସହ ଫଟୋ ବି ସେୟାର କରି ସ୍ପେଶାଲ କ୍ୟାପସନ ଲେଖିଛନ୍ତି । ସାମାନ୍ଥା ଲେଖିଛନ୍ତି କି, ଯେତେବେଳେ ମୁଁ ଆଜି ଚେନ୍ନାଇରେ ପହଞ୍ଚିଲି ମୋତେ ବହୁତ ଖୁସି […]

୬ ମାସ ହେଲା ଆତ୍ମହତ୍ୟା କଥା କହୁଥିଲେ ସଂଚିତା

ଲୋକପ୍ରିୟ ସିରିଅର କୁମକୁମ୍ ଭାଗ୍ୟ ଫେମ୍ ସଂଚିତା ଉଗଲେଙ୍କ ଆତ୍ମହତ୍ୟା ପରେ କଳାକାରଙ୍କ ମାନସିକ ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଲିସ ସଂଚିତାଙ୍କ ମୋବାଇଲ ଫୋନ୍‌ର ହ୍ୱାଟ୍ସଆପ୍ ଚାଟ୍ ଓ କଲ୍ ରେକର୍ଡ ଯାଞ୍ଚ କରୁଛି । ସଂଚିତା ଓ ଅନେକ ମନସ୍ତତ୍ତ୍ୱବିତ୍‌ଙ୍କ ମଧ୍ୟରେ ହ୍ୱାଟ୍ସଆପ୍ ଆଲୋଚନା ସାମ୍ନାକୁ ଆସିଛି । ଏଥିରୁ ଜଣାପଡୁଛି, ସଂଚିତା ନିଜ ଭବିଷ୍ୟତକୁ ନେଇ ଖୁବ୍ ଭୟଭୀତ ଥିଲେ । ଗତ କିଛି ମାସ ହେଲା ଜଣେ ମନୋଚିକିତ୍ସକଙ୍କ […]

ଧମାକା କରିବେ ସନ୍ନି:ବଟୱାରା ୧୯୪୭ ର ମୋଶନ ପୋଷ୍ଟର ରିଲିଜ୍

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ ଏବେ ‘ବଣ୍ଟୱାରା ୧୯୪୭’ ଦେଖିବାକୁ ପାଇବେ। ସନ୍ନି ଇନଷ୍ଟାଗ୍ରାମରେ ସିନେମାର ପ୍ରଥମ ଝଲକ ଶେୟାର କରିଛନ୍ତି।ଏହି ଫିଲ୍ମରେ ସନି ଦେଓଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ତୀବ୍ର, ରୋମାଞ୍ଚକର ଏବଂ ସ୍ପଷ୍ଟ ହୃଦୟସ୍ପର୍ଶୀ, ଏହି ମୋସନ୍ ପୋଷ୍ଟରଟି କ୍ରୋଧ, ଭାବନା ଏବଂ ଦୃଢ଼ ସଂକଳ୍ପରେ ପରିପୂର୍ଣ୍ଣ […]

ସିନେମା ହଲରେ ଧମାଲ କରୁଛି ଫିଲ୍ମ ରାଜା ଶିବାଜୀ

ରିତେଶ ଦେଶମୁଖଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ରାଜା ଶିବାଜୀ ବକ୍ସ ଅଫିସରେ ବର୍ତ୍ତମାନ ଧମାଲ କରୁଛି । ପାଞ୍ଚ ସପ୍ତାହ ଧରି ସିନେମା ହଲରେ ଏଣ୍ଟ୍ରି କରି ବଡ଼ ସଫଳତା ହାସଲ କରିପାରିଛି ।ରିତେଶ ଦେଶମୁଖଙ୍କ ନିର୍ଦ୍ଦେଶିତ ଏବଂ ଅଭିନୀତ ରାଜା ଶିବାଜୀର ବଜେଟ୍ ୭୫ କୋଟି ବୋଲି ରିପୋର୍ଟ କରାଯାଇଛି । ରାଜା ଶିବାଜୀ ରିଲିଜ ହେବାର ୨୯ତମ ଦିନରେ ଭାରତରେ ୩.୫ ମିଲିୟନ୍ ରୋଜଗାର କରିଥିବାବେଳେ ୨୮ତମ ଦିନରେ ୪.୫ ମିଲିୟନ୍ ରୋଜଗାର କରିଥିଲା […]

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ

ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ସୋମବାର ଏକ ସାଧାରଣ ସଭାରେ ସିନେମା ଜଗତରୁ ରାଜନୀତିକୁ ଆସିଥିବା ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ବିଜୟଙ୍କ ଆଶ୍ଚର୍ଯ୍ୟଜନକ ସଫଳତାକୁ ଦେଖି ତାଙ୍କୁ ସାମାନ୍ୟ “ଇର୍ଷା” ହୋଇଥିବା କଥା ଅତି ସରଳ ଭାବେ ସ୍ୱୀକାର କରିଛନ୍ତି, ଯାହାକୁ ନେଇ […]

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ନୂତନ ପ୍ରେମ ସମ୍ପର୍କ

ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବ୍ୟକ୍ତିଗତ ଜୀବନ ଏକ ନୂତନ ମୋଡ଼ ନେଇଛି । ସେ ନିକଟରେ ହୀରା ବ୍ୟବସାୟୀ ହର୍ଷ ମେହେତାଙ୍କ ସହ ମୁମ୍ବାଇରେ ତାଙ୍କ ମାଆଙ୍କ ଘରକୁ ଯାଇଥିବାର ଦେଖାଯାଇଥିଲା, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବ୍ୟକ୍ତିଗତ ଜୀବନ ଏକ ନୂତନ ମୋଡ଼ ନେଇଛି । ଅରବାଜ ଖାନଙ୍କ ସହ ଛାଡପତ୍ର ପରେ ମଲାଇକା ଆରୋରା ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିଲେ। ସେମାନଙ୍କ […]

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ  

ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଫାଇନାଲ ଚଳିତ ମାସ ୨୦ ତାରିଖରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ସଭା ଗୃହରେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ପର୍ଯ୍ୟାୟ ସଙ୍ଗୀତ ପ୍ରତିଯୋଗିତା ଶେଷ ହୋଇଯାଇଛି। ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୧ ଜଣ ପ୍ରତିଯୋଗୀ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଭୟ ସେମି ଫାଇନାଲ ଏବଂ ଫାଇନାଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। […]