ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ୧୩ ଅପ୍ରେଲ ୧୯୧୯ରେ ପଞ୍ଜାବର ଅମୃତସରରେ ଘଟିଥିବା ଏକ ବ୍ରିଟିଶ ନୃଶଂସ କାଣ୍ଡ। ବୈଶାଖୀ ଦିନ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ଏକ ଆବଦ୍ଧ ପଡ଼ିଆରେ ନିରସ୍ତ୍ର ଭାରତୀୟଙ୍କ ଉପରେ ନିର୍ବିଚାର ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ଶତାଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ। ଏହି ଗୁଳିଚାଳନା ବ୍ରିଟିଶ ଶାସନର ନିଷ୍ଠୁରତାର ପ୍ରମାଣ ଦେଇଥିଲା। ଘଟଣା ସେତେବେଳେ ଭାରତୀୟଙ୍କ ମଧ୍ୟରେ ବ୍ରିଟିଶ ଶାସନ ବିରୋଧରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଥିଲା। ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର ପ୍ରମୁଖ […]
ଆଜି ପବିତ୍ର ଗୁଡ୍ ଫ୍ରାଇଡେ । ପ୍ରଭୁ ଯୀଶୁଙ୍କ ବଳିଦାନର ଦିନ। ଇଷ୍ଟର ସଣ୍ଡେ ପୂର୍ବରୁ ଆସୁଥିବା ଶୁକ୍ରବାରକୁ ଗୁଡ୍ ଫ୍ରାଇଡେ କୁହାଯାଏ। ଏହି ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ାଯାଇଥିଲା। ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ପବିତ୍ର ଓ ଶୋକର ଦିନ।ବାଇବଲ ଏବଂ ଖ୍ରୀଷ୍ଟିଆନ ବିଶ୍ୱାସ ଅନୁସାରେ, ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ, ମାନବତା ପ୍ରତି ଧାର୍ମିକତା ଏବଂ ପ୍ରେମର ବାର୍ତ୍ତା ପ୍ରଚାର ପ୍ରସାର କରିବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କୁ ଜେରୁସାଲେମରେ […]
ଆଜି ପବିତ୍ର ରାମନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ଭାବେ ପାଳିତ ହେଉଥିବା ପବିତ୍ର ରାମ ନବମୀକୁ ନେଇ ସମଗ୍ର ରାଜ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ପବିତ୍ର ରାମ ନବମୀ ଅବସରରେ ଗୁଞ୍ଜିଉଠୁଛି ଜୟ ଶ୍ରୀରାମ ଧ୍ୱନି ।ଶ୍ରୀରାମଙ୍କ ଜନ୍ମ ମୁହୂର୍ତ୍ତକୁ ନେଇ ମନ୍ଦିର ମାନଙ୍କରେ ବିଶେଷ ନୀତିକାନ୍ତି କରାଯାଉଛି । ଘଣ୍ଟା ଧ୍ୱନି ଓ ଶଙ୍ଖ ନାଦରେ କମ୍ପିଉଠୁଛି ମନ୍ଧିର ପରିବେଶ । ଭକ୍ତମାନେ ଭାବବିହ୍ୱଳ ହୋଇ ପ୍ରଭୁଙ୍କ ଚରଣରେ ନମନ କରୁଛନ୍ତି […]
ଆଜି ହିନ୍ଦୁ ନବବର୍ଷ। ଜାନୁଆରୀ ୧ ନୁହେଁ, ଆମର ନୂତନ ବର୍ଷ ଆରମ୍ଭ ହୁଏ ବିଜ୍ଞାନ ଓ ସଂସ୍କୃତି ସହ । ୨୦୨୬ ନୁହେଁ… ଆମେ ପ୍ରବେଶ କରିଛୁ ୨୦୮୩ ବିକ୍ରମ ସମ୍ବତରେ । ହିନ୍ଦୁ ନବବର୍ଷ କେବଳ ତାରିଖ ନୁହେଁ, ଏହା ହେଉଛି ବିଜ୍ଞାନର ଅଦ୍ଭୁତ ଗଣନା । ବିଶ୍ୱର ସବୁଠାରୁ ସଠିକ କ୍ୟାଲେଣ୍ଡର, ଆମର ବିକ୍ରମ ସମ୍ବତ! ଆଜି ଚୈତ୍ର ଶୁକ୍ଳ ପ୍ରତିପଦା । ଆମ ସମସ୍ତ ହିନ୍ଦୁଙ୍କ ପାଇଁ ଗର୍ବ ଆଉ ଗୌରବର […]
ଆଜି ସମଗ୍ର ଦେଶରେ ‘ଜାତୀୟ ଟିକାକରଣ ଦିବସ’ ପାଳନ କରାଯାଉଛି । ପ୍ରତିବର୍ଷ ମାର୍ଚ୍ଚ ୧୬ ତାରିଖରେ ଟିକାକରଣର ଗୁରୁତ୍ୱ ଏବଂ ଜନସ୍ୱାସ୍ଥ୍ୟ ରକ୍ଷାରେ ଏହାର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସଟି ପାଳିତ ହୋଇଥାଏ ।ସମୟ ଥିଲା ଯେତେବେଳେ ପୋଲିଓ ଏବଂ ବସନ୍ତ ଭଳି ଅନେକ ରୋଗ ପ୍ରବଳ ଭାବରେ ବ୍ୟାପିଗଲା ଏବଂ ଟୀକାକରଣ ହେବା ପର୍ଯ୍ୟନ୍ତ ବହୁ ଜୀବନହାନୀ ଘଟିଥିଲା । ଟୀକାକରଣ ଆମକୁ ରୋଗର ବିପଦ ବିନା ଏକ […]
ଆଜି ବିଶ୍ୱ ରେଡ଼ିଓ ଦିବସ। ଦିନେ ଖବର ପ୍ରସାରଣ ମୁଖ୍ୟ ମାଧ୍ୟମ ଥିଲା ରେଡ଼ିଓ। ଆଜିର ଡିଜିଟାଲ ଯୁଗରେ, ଏହାର ବିକଳ୍ପରେ ଆସିଛି। ତଥାପି ଅନେକଙ୍କ ମନରେ ଏବେ ବି ରେଡିଓର ସ୍ୱତନ୍ତ୍ର ସ୍ଥାନ ରହିଛି। ୧୯୪୬ ମସିହା ଆଜିର ଦିନରେ ଜାତିସଂଘ ରେଡ଼ିଓର ପ୍ରତିଷ୍ଠା ହୋଇଥିଲା । ପରିବର୍ତ୍ତିତ ପରିବେଶରେ ରେଡିଓ ସମ୍ବାଦ ଏବଂ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ଗୁଡ଼ିକ ମୁଖ୍ୟ ମାଧ୍ୟମ ଭାବରେ ଲୋକପ୍ରିୟତା ବଜାୟ ରଖିଛି । ଚଳିତବର୍ଷ ରେଡିଓ ଦିବସର ବାର୍ତ୍ତା ହେଉଛି […]
ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ଏକ ବିଶେଷ ଦିନ। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟରକୁ ସ୍ମରଣ କରିବା ସହ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସେନା ଦିବସ […]
ବାଉଁଶର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେପ୍ଟେମ୍ବର ୧୮ରେ ‘ବିଶ୍ୱ ବାଉଁଶ ଦିବସ’ ପାଳନ କରାଯାଏ । ବାଉଁଶ ହେଉଛି ଏକ ନିଆରା ଘାସ ଜାତୀୟ ଉଦ୍ଭିଦ ଯାହା ଶୀଘ୍ର ବଢିଥାଏ ଏବଂ ଅନେକ ଉପାୟରେ ବ୍ୟବହାର କରାଯାଇପାରେ । ଏହା କେବଳ ଶକ୍ତିଶାଳୀ ଏବଂ ବହୁମୁଖୀ ନୁହେଁ, ଏହା ମଧ୍ୟ ଜଳବାୟୁ ସ୍ଥିର ଏବଂ ପରିବେଶ ଅନୁକୂଳ ଅଟେ । ସମଗ୍ର ବିଶ୍ୱରେ ୧,୫୦୦ରୁ ଅଧିକ ଜାତିର ବାଉଁଶ ଅଛି । ବାଉଁଶ […]
୧୮୬୬ ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା।ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ପ୍ରଥମେ ଏହା ସାପ୍ତାହିକ ଏବଂ ପରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା | ନଅଙ୍କ ଦୁର୍ଭିକ୍ଷର ପଞ୍ଝାରେ ପଡ଼ି ଗୋଟିଏ ପଟେ ଭୋକରେ ଆଉଟୁପାଉଟୁ ହେଉଥିବା କଙ୍କାଳ ଶରୀର ଏବଂ ସେପଟେ ଇଂରେଜ ଶାସନରେ ରହି ପରାଧୀନ ଓ ମୃତ ପ୍ରାୟ ଏ ଜାତିର ପିଣ୍ଡରେ ପ୍ରାଣ ଭରିଥିଲା ‘ଉତ୍କଳ ଦୀପିକା’, ଇଂରେଜ ସରକାରଙ୍କ […]
ଊନବିଂଶ ଶତାବ୍ଦୀର ସତୁରି ଦଶକରେ ବହୁବିଧ ପଦକ୍ଷେପ ସତ୍ତ୍ୱେ ବାଘ ସଂଖ୍ୟାରେ ଦ୍ରୁତହ୍ରାସ ବିଶ୍ୱବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଫଳରେ ଏହି ବିଲୁପ୍ତପ୍ରାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ୨୦୧୦ରେ ରୁଷିଆର ବନ୍ଦରନଗରୀ ସେଣ୍ଟପିଟର୍ସବର୍ଗରେ ଆୟୋଜିତ ବ୍ୟାଘ୍ର ସମ୍ମେଳନରେ ବାଘ ବଂଶର ସୁରକ୍ଷା ଲାଗି ନୀତିଗତ ନିଷ୍ପତ୍ତି ହୋଇଥିଲା। ୨୦୨୨ ସୁଦ୍ଧା ବାଘବହୁଳ ରାଷ୍ଟ୍ରରେ ବ୍ୟାଘ୍ରସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଏଠାରେ ସହମତି ପ୍ରକାଶ ପାଇଥିଲା। ଏଥିସହ ପ୍ରତିବର୍ଷ ଜୁଲାଇ ୨୯କୁ […]
ସୋମବାର ବିଶ୍ୱ ସିମ୍ପାଞ୍ଜି ଦିବସ । ସିମ୍ପାଞ୍ଜିମାନଙ୍କ ସୁରକ୍ଷା, ବଂଶ ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଉଛି ।ପ୍ରତିବର୍ଷ ଜୁଲାଇ ୧୪ରେ ଆୟୋଜିତ ହେଉଥିବା, ଏହି ଦିବସ ୧୯୬୯ରେ ତାଞ୍ଜାନିଆର ଗୋମ୍ବେ ଷ୍ଟ୍ରିମ୍ ନ୍ୟାସ୍ନାଲ୍ ପାର୍କରେ ଜେନ ଗୁଡାଲଙ୍କ ପ୍ରଥମ ଗବେଷଣାର ବାର୍ଷିକୀ ଭାବେ ପାଳନ କରାଯାଏ – ଏକ ଗବେଷଣା ଯାହା ସିମ୍ପାଞ୍ଜି ବିଷୟରେ ଆମର ବୁଝାମଣାକୁ ପରିବର୍ତ୍ତନ କରିଥିଲା ଏବଂ ମଣିଷ ସହିତ ସେମାନଙ୍କର ଗଭୀର ସଂଯୋଗକୁ ସୂଚିତ କରିଥିଲା । ଲୋକପ୍ରିୟ […]
ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ବତ ସାଧକ ତଥା ସଂଗ୍ରାହକ ଦାଶରଥି ପଟ୍ଟନାୟକ ୧୯୦୭ରେ ଜନ୍ମ ଗ୍ରହଣ କରି ୧୯୯୭ ସେପ୍ଟେମ୍ବର ପରଲୋକ ହୋଇଥିଲା। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ମଫସଲିଆ ଗାଁ ଉଦୟପୁରରେ ଜନ୍ମ ଗ୍ରହଣ କରିଥିବା ଦାଶରଥିଙ୍କୁ ଦଶ ପଇସାର ରାଜା ଦାସିଆ ଅଜା ବୋଲି ସାରା ଓଡ଼ିଶାରେ ପୁରପଲ୍ଲୀରେ ପରିଚିତ। ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚତୁର୍ଥ ଶ୍ରେଣୀ ଥିଲା ତାଙ୍କର ପାଠପଢ଼ା। ପ୍ରାରମ୍ଭିକ […]
