ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ

ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ ।ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ।ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର। ରଜ ପର୍ବ ହେଉଛି ଧରଣୀ ମା’ଙ୍କ ଉର୍ବରତା ଏବଂ ନବଯୌବନର ପ୍ରତୀକ। ଏହି ତିନି ଦିନ ମାଟି ମା’ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଆଗାମୀ ଚାଷ ଅନୁକୂଳ ପାଇଁ ମାଟିକୁ ପ୍ରସ୍ତୁତ କରିବା ସହ ପ୍ରକୃତିକୁ ସମ୍ମାନ ଜଣାଇ ଏହି ଦିନମାନଙ୍କରେ ହଳ କରିବା, କୋଡ଼ି ହାଣିବା ବା ମାଟି ଖୋଳିବାକୁ ସମ୍ପୂର୍ଣ୍ଣ ବାରଣ ଥାଏ। ପହିଲି ରଜର ମୁଖ୍ୟ ଆକର୍ଷଣ ହେଉଛି ଝିଅମାନଙ୍କ ସଜବାଜ, ରଜ ଦୋଳି ଓ ଗୀତ, ପିଠାପଣାର ମହକ, ରଜ ପାନର ଚମକ।ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚୁତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ ।ଝିଅମାନେ ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ଲଗାଇବା ସହ ନୂଆ ପୋଷାକ ପିନ୍ଧି ଗାଁ ବୁଲିଥାନ୍ତି ।ଗାଁରୁ ସହର ପ୍ରାୟ ସବୁଠି ପାରମ୍ପରିକ ରଜ ଦୋଳି ବନ୍ଧାଯାଇଥାଏ। “ବନସ୍ତେ ଡାକିଲା ଗଜ” ଭଳି ସୁମଧୁର ଗୀତ ଗାଇ ଝିଅମାନେ ଆନନ୍ଦରେ ଦୋଳି ଖେଳନ୍ତି ।

ଅଧିକ ପଢନ୍ତୁ