ଗଣିଆ,(ଓଡିଶା ଦର୍ପଣ): ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶନିବାର ଦିନ ସନ୍ଧ୍ୟା ସମୟରେ ଘଟିଯାଇଛି। ଗଣିଆ ପଟୁ ଯାଉଥିବା ଏକ ବାଇକି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ପଛରେ ପିଟିହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ସୁଶାନ୍ତ ପୃଷ୍ଟି। ଏହି ଦୁର୍ଘଟଣାରେ ଜଣାଶୁଣା ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର ଆହତ ହୋଇଛନ୍ତି।ସ୍ଥାନୀୟ ଲୋକଙ୍କ ସହାୟତାରେ […]
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଆୟୋଗ। ଏସଆଇଆର ସମୟରେ ଯେଉଁ ଭୋଟରଙ୍କୁ ‘Unmapped’ କିମ୍ବା ‘Logical Discrepancies’ ବା ତାର୍କିକ ଅସଙ୍ଗତି ଦର୍ଶାଇ ନୋଟିସ୍ ଦିଆଯାଇଛି, ସେମାନଙ୍କୁ ଏଣିକି ଇଆରଓ/ଏଇଆରଓ (ERO/AERO) କାର୍ଯ୍ୟାଳୟକୁ ଶୁଣାଣି ପାଇଁ ଡକାଯିବ ନାହିଁ। ବୁଥ୍ସ୍ତରୀୟ ଅଧିକାରୀ (BLO) ଘରକୁ ଯାଇ ଆବଶ୍ୟକ ଦଲିଲ ସଂଗ୍ରହ କରିବେ।ବିହାର ଏବଂ ପଶ୍ଚିମବଙ୍ଗ ସମେତ ଦେଶର ୨୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ SIR […]
ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ ପ୍ରତିଷ୍ଠା କରିବ ବେଦାନ୍ତ ଗ୍ରୁପ୍ । ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ । ଏହା ସହ ଢେଙ୍କାନାଳରେ ୩ ମିଲିୟନ୍ ଟନ୍ କ୍ଷମତାର ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ବେଦାନ୍ତ ଯୋଜନା କରିଛି । ଏଥିପାଇଁ ୫୦୦ ଏକର ଜମି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।ଓଡ଼ିଶା ସହ ବେଦାନ୍ତର ସମ୍ପର୍କ ଦୀର୍ଘଦିନର ବୋଲି ଉଲ୍ଲେଖ […]
ପୁଣି ଥରେ ବୋମା ପକାଇବ କି ଆମେରିକା? ଇରାନର ‘ଶାନ୍ତି ଯୋଜନା’କୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ। ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ କତାର ମାଧ୍ୟମରେ ଆମେରିକାକୁ ପ୍ରସ୍ତାବ ପଠାଇଥିଲା। ଏଥିପାଇଁ ଇରାନ ତିନୋଟି ସର୍ତ୍ତ ରଖିଥିଲା। ଇରାନ କହିଛି ଯେ ଏହି ସର୍ତ୍ତଗୁଡ଼ିକ ପୂରଣ ହେବା ପରେ, ହର୍ମୁଜ୍ ପ୍ରଣାଳୀ ସାତ ଦିନ ମଧ୍ୟରେ ଖୋଲାଯିବ। ଏହା ପରେ ମଧ୍ୟ ଟ୍ରମ୍ପ ଆଉ ଏକ କାରନାମା କରିଛନ୍ତି। ସେ ଷ୍ଟ୍ରେଟ୍ ଅଫ୍ ହର୍ମୁଜର ପୁନଃ […]
ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇଛନ୍ତି ଯେ, ଭୁଲ୍ ଲୋକଙ୍କ ହାତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଏତେ ଶକ୍ତିଶାଳୀ ହୋଇପାରେ ଯେ ଏହା ଯୋଗୁଁ ୧୦୦ କୋଟି ଲୋକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ହୋଇପାରେ।ବିଲ୍ ଗେଟ୍ସ ଏକ ସାକ୍ଷାତକାରରେ ଏହି ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ AI ଉପକରଣ ଗୁଡ଼ିକୁ କ୍ଷତିକାରକ ବ୍ୟକ୍ତି ମାନଙ୍କ ସହିତ ମିଶ୍ରଣ କରିବା ଯେକୌଣସି ଅସ୍ତ୍ରଶସ୍ତ୍ର ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ । […]
ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ । ଝାଡ଼ଖଣ୍ଡରୁ ପାଣି ଆସି କେନ୍ଦୁଝର ପ୍ରଭାବିତ ହୋଇଛି । ବାଲେଶ୍ୱର, ଯାଜପୁର, ଭଦ୍ରକ ପ୍ରଭାବିତ ହେବ । ଛତିଶଗଡ ଓ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିଛି । ୪୮ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଆଗାମୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ […]
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମର ଭିଡ଼ିଓ ବୈଠକରେ ପ୍ରଦର୍ଶିତ କରାଯାଇଥିଲା। ଯାହାକିଛି ଅସଙ୍ଗତି ଏବଂ ତ୍ରୁଟି ବିଚ୍ୟୁତି ସୃଷ୍ଟି ହୋଇଥିଲା ତାହାର ସମୀକ୍ଷା କରାଯାଇଥିବା ବେଳେ ଆଗାମୀ ରଥଯାତ୍ରାରେ ଯେଭଳି ଏହି ତ୍ରୁଟି ବିଚ୍ୟୁତି ନହୁଏ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଭକ୍ତଙ୍କ […]
ସେପ୍ଟେମ୍ବର ୨୮ ଅର୍ଥାତ ସୋମବାରଠାରୁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିଆୟୁ) ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତୁ ୩ ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବାକୁ ପ୍ରସ୍ତାବ ଦେଇଛି । ଅନ୍ୟପଟେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI (ଭାରତୀୟ ଷ୍ଟେଟ ବ୍ୟାଙ୍କ) ଏକ ବଡ଼ ଘୋଷଣା କରିଛି।ବ୍ୟାଙ୍କ ନିଷ୍ପତ୍ତି ନେଇଛି ଯେ, ସେପ୍ଟେମ୍ୱର ୨୮ ରୁ […]
ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ନୀତି ନିର୍ଦ୍ଧାରଣ ସହ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ପାଇଁ ନୂଆ ସୁନାବେଶ ସେଟ୍ ନିର୍ମାଣ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲିବା, ଦିବ୍ୟାଙ୍ଗ ଓ ପୁରୀବାସୀଙ୍କ ଦର୍ଶନ ବ୍ୟବସ୍ଥା ସହ ସେବାୟତ କଲ୍ୟାଣ ଓ ଆଦର୍ଶ ଗୁରୁକୁଳ ନେଇ ମଧ୍ୟ ଆଲୋଚନା ହୋଇଛି ।। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର […]
ବଢ଼ିଲା ଅଙ୍ଗନବାଡ଼ି ଦିଦିଙ୍କ ଶାଢ଼ୀ ଟଙ୍କା। ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଶାଢ଼ୀ ପାଇଁ ୧୩୯୦ ଟଙ୍କା ମିଳୁଥିଲା। ଏବେ ଏହି ରାଶିକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମର […]
ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ତେବେ ସହରର ବିଭିନ୍ନ ସ୍ଥାନରେ ଚିହ୍ନଟ ପାର୍କିଂଷ୍ଟାଣ୍ଡ୍ ଗୁଡ଼ିକୁ ଅସ୍ଥାୟୀ ଲିଜ୍ ପ୍ରଦାନ ଓ ନିଲାମ ନିମନ୍ତେ ଇଚ୍ଛୁକ ବ୍ୟକ୍ତି, ଫାର୍ମ ଓ ଅନୁଷ୍ଠାନ ମାନଙ୍କଠାରୁ ସିଲ୍ ଟେଣ୍ଡର୍ ଆହ୍ୱାନ କରାଯାଇଛି । ପାର୍କିଂ ସ୍ଥଳଗୁଡ଼ିକ “ଯେପରି ଅଛି, ଯେଉଁଠାରେ ଅଛି’ ଭିତ୍ତିରେ ନିଲାମ […]
ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା – ୨୦୨୬ର ପ୍ରସିଦ୍ଧ ଆଜ୍ଞା ଲଡୁ ନିଲାମ ଶେଷ ହୋଇଛି।ଚଳିତ ବର୍ଷ ପ୍ରଭୁଗଜାନନଙ୍କ ଏହି ବିଶାଳକାୟ ୪୦୦୦ କେଜି (୪ ଟନ) ଓଜନର ଆଜ୍ଞା ଲଡୁ ୧୭ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଭସାଣିର ଗୋଟିଏ ଦିନ ପୂର୍ବରୁ ତାଳଚେର ଗଣପର୍ବ ଗଣେଷ ପୂଜାର ଏହି ଲଡୁ ନିଲାମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜାର୍ଚ୍ଚନା କରି ବିଶାଳ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଏକ ଟ୍ରକରେ ଏହି ଲଡୁକୁ […]
