ଦଲାଇ ଲାମାଙ୍କୁ ମୋଦୀଙ୍କ ଶୁଭେଚ୍ଛାକୁ ଚୀନର ବିରୋଧ

ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଏବଂ ଉତ୍ସବରେ ଭାରତୀୟ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଭାରତ ନିକଟରେ ପ୍ରତିବାଦ ଜଣାଉଛି।୧୪ଶ ଦଲାଇ ଲାମାଙ୍କ ବିଚ୍ଛିନ୍ନତାବାଦୀ ପ୍ରକୃତିକୁ ସ୍ଵୀକାର କରିବା ଆବଶ୍ୟକ। ଦଲାଇ ଲାମା ଚୀନରୁ ନିର୍ବାସିତ ହୋଇଛନ୍ତି। ସେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଜାରି ରଖିବା ସହିତ ଧର୍ମ ନାମରେ ଜିଜାଙ୍ଗ ପ୍ରଦେଶକୁ ଚୀନଠାରୁ ପୃଥକ […]

ଶାଶୁଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଇଞ୍ଜିନିୟର୍‌ ବୋହୂ

ଉତ୍ତର ପ୍ରଦେଶର ଗାଜିଆବାଦରେ, ଜଣେ ସଫ୍ଟୱେର୍‌ ଇଞ୍ଜିନିୟର ବୋହୂ ତାଙ୍କ ଶାଶୁଙ୍କୁ ନିର୍ମମ ଭାବରେ ପିଟିଛନ୍ତି। ଏହି ଘଟଣାଟି ଗାଜିଆବାଦର ଗୋବିନ୍ଦପୁରମ ପୋଲିସ ଷ୍ଟେଶନ ଅଞ୍ଚଳର। ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଝିଅ ଏଭଳି ବୁଢ଼ି ଶାଶୁକୁ ମାଡ଼ ମାରୁଥିବା ବେଳେ ମା’ ଚୁପ୍ ରହି ଭିଡିଓ କରୁଥିବାରୁ ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ‌ଯେ, ଅଭିଯୁକ୍ତ ବୋହୂ ଓ ବୃଦ୍ଧ ଶାଶୁ କୌଣସି କଥାକୁ […]

ହସପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି ।ତେବେ ନବୀନ ଏବେ ଓଡ଼ିଶା ଫେରିବେ ନାହିଁ । ସେ ଏକ ସପ୍ତାହ ମୁମ୍ବାଇରେ ହିଁ ରହିବେ । କାରଣ ସେଠାରେ ତାଙ୍କର ଭିଜିଓ ଥେରାପି ଚାଲିବ । ଏହାପରେ ସେ ଓଡ଼ିଶା ଫେରିବେ । ସୂଚନାମୁତାବକ ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀ ପାଇଁ […]

ଭିଜିଲାନ୍ସ ଜାଲରେ ଫସିଲେ ପଶୁଚିକିତ୍ସକ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ

ଟୋଲ୍ ଫ୍ରି’ ନମ୍ବରରେ ହୋଇଥିବା ଅଭିଯୋଗ ଆଧାରରେ ସମ୍ୱଲପୁର ରାଇରଖୋଲର ବିଭିଓ ଡ. ଶୁଭ ପ୍ରକାଶ ସୋରେନ ଏବଂ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମହେଶ୍ୱର ସାହୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଜଣେ ହିତାଧିକାରୀଙ୍କ କୁକୁଡ଼ା ଫାର୍ମର ସବସିଡି ଟଙ୍କା ପ୍ରଦାନ ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଦୁର୍ନୀତି ନିବାରଣ ଟିମ୍ ତାଙ୍କୁ ଧରିଛି । ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ‘ଗୋ-ସୁଗମ’ ଯୋଜନାର ଜଣେ ହିତାଧିକାରୀ, ଏପ୍ରିଲ୍ ୨୦୨୫ ରେ ବ୍ରଏଲର […]

ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ

ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ।ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ଆଡମୋ ମାଧବୀ ଓରଫ ମଞ୍ଜୁ। ଚମ୍ପା ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଅଜୟ ୨୦୧୬ ଏବଂ ମଞ୍ଜୁ ୨୦୧୧ରେ ସାମିଲ ହୋଇଥିଲେ। […]

ମଙ୍ଗଳବାର ସକାଳ ୬ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ ।

ମଙ୍ଗଳବାର ସକାଳ ୬ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ । ୪.୫୦ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀ ଆସିବ ।ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ କାରଣ ଆଗାମୀ କିଛି ଦିନ ଯାଏଁ ବର୍ଷା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ସେ କହିଛନ୍ତି ଯେ, ହୀରାକୁଦର ୨୦ଟି ଗେଟ୍ ଦେଇ ୨.୯୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆଗାମୀ ଦିନରେ ବର୍ଷା ହେଲେ, ଅଧିକ […]

ନନ୍ଦନକାନନରେ ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା

ନନ୍ଦନକାନନରେ ଖୁସିଖବର। ଏଠାରେ ଜନ୍ମ ନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା। ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ। ଏହାକୁ ମିଶାଇ ନନ୍ଦନକାନନରେ ହେଲେ ୨୫ ହଳଦିଆ ଆନାକୋଣ୍ଡା।ଚଳିତ ସପ୍ତାହରେ ଏହା ଦ୍ବିତୀୟ ପ୍ରଜନନ। ୨୦୧୯ ଅକ୍ଟୋବରରେ ମାଡ୍ରାସ୍ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନକୁ ଆନାକୋଣ୍ଡା ଅଣାଯାଇଥିଲା । ଶେଷଥର ୨୦୨୨ରେ ନନ୍ଦନକାନନରେ ୯ଟି ଆନାନୋଣ୍ଡା ଜନ୍ମ ନେଇଥିଲେ । ପୁଣି ୩ ବର୍ଷ ପରେ ଏମାନଙ୍କ ବଂଶ ବୃଦ୍ଧି ପାଇଛି […]

ରାଜ୍ୟ ଭାଜପା ସଭାପତି ଭାବେ ନିର୍ବାଚିତ ହେଲେ ମନମୋହନ ସାମଲ।

ରାଜ୍ୟ ଭାଜପା ସଭାପତି ପଦ ପାଇଁ ସୋମବାର ନାମାଙ୍କନ ଭରିବା ପରେ  ସେ ପୁଣି ଥରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ  ହୋଇଛି। ତେବେ ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା […]

ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ବିଶାଲ ଦାସ

ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସ ଙ୍କ ପୁଅ ବିଶାଲ ଦାସ । ଆୟକର ବିଭାଗ ନୋଟିସ ପରେ ଲଇଁ ହୋଇଛନ୍ତି ହାଜର। କିଛି ଦିନ ପୂର୍ବରୁ ଆୟକର ବିଭାଗ ନବ ଦାସଙ୍କ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା । ଆୟକର ବିଭାଗ ପକ୍ଷରୁ ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ୱର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ୱର୍ଗତ ନବ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, […]

କଳା, ବିଜ୍ଞାନ, ବାଣିଜ୍ୟରେ ଆଗରେ ରେଭେନ୍ସା

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅଫ୍ ମାର୍କ। ତେବେ କଟ୍ ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା ବିଶ୍ଵ ବିଦ୍ୟାଳୟ। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ ବାଣିଜ୍ୟରେ ୮୦.୨୦% କଟ୍‌ ଅଫ୍‌ ମାର୍କ ରହିଛି। ସେହିପରି ଚଳିତବର୍ଷ ତିନି ପର୍ଯ୍ୟାୟରେ ଯୁକ୍ତ ୩ ନାମଲେଖା ଶେଷ ହୋଇଛି। ଆଜିଠାରୁଠାରୁ ଓ୍ବେଟିଂ ଲିଷ୍ଟ ଓ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଯେଉଁ […]

ଆଜି ସୁନା ଦର କମିଛି ।

ଆଜି ସୁନା ଦର କମିଛି । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ତେବେ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୨୯୦ ଟଙ୍କା ରହିଛି । ଗତକାଲି ୯୮,୮୩୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦,୧୦୦ ଟଙ୍କା ରହିଛି । ଗତକାଲି […]

୪୪ ବର୍ଷରେ ପାଦ ଥାପିଲେ ଧୋନୀ

ଆଜି କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୪ ବର୍ଷରେ ପାଦ ଦେଲେ ମାହି । କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମଏସ ଧୋନୀ ମ୍ୟାଚର ବେଷ୍ଟ ଫିନିସର । କୌଣସି ବି ମ୍ୟାଚ୍ ଆପଣ ଦେଖିବେ ଯଦି ଧୋନୀ ଶେଷ ଯାଏଁ ଥିବେ ତାହାଲେ ସିଏ ଦଳକୁ ବିଜୟ ସହ ଏକ ସୁନ୍ଦର ଛକା, ଚୌକା ସହ ଫିନିସ୍ କରିଥିବାର ଅନେକ ନଜିର ରହିଛି । ଧୋନୀଙ୍କର ଇଚ୍ଛା କ୍ରିକେଟରେ ନଥିଲା । […]