ଘଟଣାର ୨୮ ଘଣ୍ଟା ପରେ ବି, ମହାନଦୀରେ ନିଖୋଜ ଯୁବକର ସନ୍ଧାନ ମିଳିନି

ନୟାଗଡ଼,(ଓଡ଼ିଶା ଦର୍ପଣ):ଖଣ୍ଡପଡ଼ା ବ୍ଲକ ଅଧୀନ ସିଧାମୂଳା ଗ୍ରାମ ନିକଟସ୍ଥ ମହାନଦୀ ସେତୁ ଉପରୁ ଡେଇଁ ପଡି ଜଣେ ଯୁବକ ମହାନଦୀରେ ଶୁକ୍ରବାର ଅପରାହ୍ନରୁ ମହାନଦୀରେ ନିଖୋଜ ହୋଇଥିବା ଜଣାପଡିଛି।ଅଗ୍ନିଶମ ବାହିନୀର ପ୍ରଚେଷ୍ଟା ସତ୍ତ୍ବେ ମଧ୍ଯ ଘଟଣାର ୨୪ ଘଣ୍ଟା ପରେ ବି ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳି ନ ପାରିଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି। ତେବେ ନିଖୋଜ ଯୁବକଙ୍କ ନାମ ସରୋଜ ନାଏକ (୨୬) ଓ ତାର ଘର ଦଶପଲ୍ଲା ବ୍ଲକ ଅଧୀନ ଢିପିସାହି ଗ୍ରାମରେ […]

ଚିନ୍ମୟ ମିଶନ ପକ୍ଷରୁ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ପିଟିଏସ ରୋଡ଼ସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଏକ ଜିଲ୍ଲାସ୍ତରୀୟ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏବଂ ଚିନ୍ମୟ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ […]

ସିଧାମୂଳା ସେତୁରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ

ନୟାଗଡ଼,(ଓଡ଼ିଶା ଦର୍ପଣ): ଖଣ୍ଡପଡ଼ା ବ୍ଲକ ଅଧୀନ ସିଧାମୂଳା ଗ୍ରାମ ନିକଟସ୍ଥ ମହାନଦୀ ସେତୁ ଉପରୁ ଜଣେ ଯୁବକ ମହାନଦୀକୁ ଡେଇଁ ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଥିବା ଜଣାପଡିଛି। ନିଖୋଜ ଯୁବକଙ୍କ ନାମ ସରୋଜ ନାଏକ (୨୬) ଓ ତାର ଘର ଦଶପଲ୍ଲା ବ୍ଲକ ଅଧୀନ ଢିପିସାହି ଗ୍ରାମରେ ବୋଲି ଜଣାପଡିଛି। ଖବରପାଇ ଖଣ୍ଡପଡ଼ା,ଗଣିଆ,କଟକ ଜିଲ୍ଲା ଅଧୀନ ନରସିଂହପୁର ଓ ବଡମ୍ବା ଅଞ୍ଚଳର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦିର୍ଘ ସମୟ ଧରି ଏକ ବୋଟ ଯୋଗେ ମହାନଦୀରେ […]

ଲଗାଣ ବର୍ଷାରେ ଭାଙ୍ଗିଲା ପ୍ରଭୁ ଶ୍ରୀନୀଳମାଧବଙ୍କ ମନ୍ଦିର ପାଚେରୀ

ନୟାଗଡ଼,(ଓଡ଼ିଶା ଦର୍ପଣ):ଲଗାଣ ବର୍ଷାର ପ୍ରଭାବରେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀନୀଳମାଧବଙ୍କ ମନ୍ଦିରର ପୂର୍ବ ଓ ଉତ୍ତର କୋଣ ସ୍ନାନ ମଣ୍ଡପକୁ  ଲାଗି ରହିଥିବା ପୁରାତନ ପାଚେରୀଟି ଭୁଶୁଡ଼ି ପଡ଼ିଥିବା ଜଣାପଡିଛି। ପାଚେରୀଟି ଭୁଷୁଡି ପଡିଥିବାରୁ ଏହା ମେଘନାଦ ପ୍ରାଚୀର ପ୍ରତି ବିପଦ ସୃଷ୍ଟି କରିଛି।ସଫେଇ କର୍ମଚାରୀମାନେ ସେଠାରେ ସଫେଇ କାର୍ଯ୍ଯ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ମନ୍ଦିର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି। ଶ୍ରୀନୀଳମାଧବଙ୍କ ମନ୍ଦିର ପୂଜକ ସମାଜର ବରିଷ୍ଠ ସଦସ୍ଯ ମାନଙ୍କ  ଠାରୁ […]

ନୟାଗଡ ଜିଲ୍ଲାସ୍ତରରେ ନୂତନ ମହିଳା କଂଗ୍ରେସ ସଭାନେତ୍ରୀଙ୍କୁ ଦାୟୀତ୍ବ ପ୍ରଦାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସୁପାରିଶକ୍ରମେ ସମଗ୍ର ନୟାଗଡ ଜିଲ୍ଲାସ୍ତରରେ ସଭାନେତ୍ରୀଙ୍କ ନାମ ଘୋଷଣା ସହ ସେମାନଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଥିବା ଜଣାଯାଇଛି।ନୟାଗଡ ଜିଲ୍ଲା ମହିଳା କଂଗ୍ରେସର ଉପ ସଭାନେତ୍ରୀ ଭାବେ ସୁଷମା ବେହେରା,ମମତା ସାହୁ,ଚପଳା ସାମନ୍ତରାୟ, ସୁଚିତ୍ରା ମହାଳିକ,ସୁଜାତା ଦାସ,ବାସନ୍ତୀ ପ୍ରଧାନ,ମମତାରାଣୀ ବାରିକ,ସୁଷମା ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଅହଲ୍ୟା ସାହୁ,ସରୋଜିନୀ ମହାନ୍ତି,ରଶ୍ମିତା ମହାନ୍ତି, ସରୋଜିନୀ ପରିଡା,କୁମୁଦିନୀ ମହାରଣା,ଖୁସି ବେଗମଙ୍କ ନାମ ଘୋଷଣା କରାଯାଇଛି।ସେହିପରି ସମ୍ପାଦକ ଭାବେ […]

ପ୍ରଥମ ରାଜ୍ୟ ସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ବୈଠକ

ନୟାଗଡ଼,(ଓଡ଼ିଶା ଦର୍ପଣ):ନବଗଠିତ ନୟାଗଡ଼ ୟୁନାଇଟେଡ଼ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଆଗାମୀ ଡିସେମ୍ବର ମାସ ତୃତୀୟ ସପ୍ତାହରେ ପ୍ରଥମ ନୟାଗଡ଼ ଚ୍ୟାଲେଞ୍ଜ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଆଜି ଖେଳପଡ଼ିଆ ମଞ୍ଚରେ ବରିଷ୍ଠ ଆଇନଜୀବୀ ରଣଜିତ୍ ଦାଶଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରତିଷ୍ଠିତ ଫୁଟବଲ୍ ଖେଳାଳି ବିଶିଷ୍ଟ ଦଳ ମାନଙ୍କୁ ନେଇ ଏକ ଉଚ୍ଚକୋଟିର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟଜନ କରିବା ପାଇଁ ନିଷ୍ପତି ଗ୍ରହଣ କରlଯାଇଛି । […]

‘ବସନ୍ତ ସେବା ସମ୍ମାନ’ରେ ସମ୍ମାନିତ ହେଲେ ଜିଲ୍ଲାର ଦୁଇ ଶିକ୍ଷକ

ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଆୟୋଜିତ ଶାନ୍ତି ଦିବସ ସମାରୋହରେ ବିଭିନ୍ନ ସମାଜସେବା ନିମନ୍ତେ ରାଜ୍ୟର ୬୦ ଜଣ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ୍ ପକ୍ଷରୁ ଦୁଇଜଣ ଆଦର୍ଶ ଶିକ୍ଷକଙ୍କୁ ପ୍ରତିଷ୍ଠିତ ‘ବସନ୍ତ ସେବା ସମ୍ମାନ’ ପ୍ରଦାନ କରାଯାଇଛି। ଏହି ପ୍ରତିଭାମାନେ ହେଲେ ଦଶପଲ୍ଲା ବ୍ଲକ ନେଲିଗୁଡ଼ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ସୁଦାମ ପ୍ରଧାନ ଏବଂ ରଣପୁର […]

ବ୍ରାହ୍ମଣୀ ମାଉସୀଙ୍କୁ ସମର୍ପଣ ବୃଦ୍ଧାଶ୍ରମରେ ଥଇଥାନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚୀବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ବହୁ ଚର୍ଚ୍ଚିତ ବ୍ରାହ୍ମଣୀ  ମାଉସୀ ଙ୍କୁ ଲେଖନ ପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ଶନିବାର ରାତ୍ର ୮.୩୦ମିନିଟ୍ ସମୟରେ ଅଧିକର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ସ୍ବାସ୍ଥ୍ୟ ମିତ୍ର ଙ୍କଦ୍ୱlରl ଥଇ ଥାନ କରାଯାଇଛି l ପ୍ରକାଶ ଥlଉକି ଦୈନିକ ଖବର କାଗଜରେ ପ୍ରକାଶିତ ଖବର” ବ୍ରାହ୍ମଣୀଙ୍କ ମୃତ୍ୟୁକୁ ଅପେକ୍ଷା କରିଛି ପ୍ରଶାସନ” ଶିରୋନାମl  ଖବରଟି ଜିଲ୍ଲା ଦୌରlଜଜ ତଥା ଆଇନ୍ ସେବା […]

ନୟାଗଡ଼ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା 

ନୟାଗଡ଼ (ଓଡ଼ିଶା ଦର୍ପଣ):ସ୍ଥାନୀୟ ପି.ଏମ୍.ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଆଜି ଆନନ୍ଦୋଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୟାଗଡ଼ର ପରାମର୍ଶ କ୍ରମେ ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ବ୍ଲକ୍‌ରୁ ୮ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଏ. ରହମାନ ସୁଚାରୁ ରୂପେ […]

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା:ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ମାସ ୨୬ ତାରିଖରେ ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ପିଟିଏସ ରୋଡ଼ରେ ଥିବା ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ତ୍ରିନାଥ ଛକସ୍ଥିତ ରାମ ମନ୍ଦିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଚିନ୍ମୟ ମିଶନ ଜିଲ୍ଲା ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ନିଆଯାଇ ଥିବା ନିଷ୍ପତ୍ତି ଅନୁଯାଇ ପ୍ରତିଯୋଗିତାରେ ଜିଲ୍ଲାର […]

ଶିକ୍ଷକ ନେତା ବିଭୂପ୍ରସାଦ ସାହୁଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ):ରାଜ୍ୟ ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ତଥା ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଶିକ୍ଷକ ନେତା ବିଭୂପ୍ରସାଦ ସାହୁଙ୍କ ଅକାଳ ବିୟୋଗରେ ଆଜି ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ସଭା ଆରମ୍ଭରେ ସ୍ବର୍ଗତ ବିଭୂପ୍ରସାଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ-ପୁଷ୍ପ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ […]

ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ  ୩୩୨୦ଟି ମାମଲା ଫଏସଲା

ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷରର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।  ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ  ୧୧ ଟି ସାଲିସଯୋଗ୍ୟ ଫୌଜଦାରୀ ମାମଲା ଫଇସଲା କରାଯାଇଥିଲା । ୮ ଟି ଏନ.ଆଇ ଆକ୍ଟ ମାମଲାର ଫଇସଲା ହୋଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା  ୧୧୭ ଜଣ ଋଣ ଗ୍ରହିତାଙ୍କଠାରୁ […]