ଇଟାମାଟିରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ: ବିନା ଅସ୍ତ୍ରୋପଚାରରେ ଆଣ୍ଠୁଗଣ୍ଠି ଓ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ ପରାମର୍ଶ

ନୟାଗଡ଼,(ଓଡ଼ିଶା ଦର୍ପଣ): ଭୁବନେଶ୍ୱରର ପ୍ରସିଦ୍ଧ ‘ହେଲଥ ଭିଲେଜ ହସ୍ପିଟାଲ’ର ଆନୁକୂଲ୍ୟରେ ସ୍ଥାନୀୟ ଆଶିର୍ବାଦ ମଣ୍ଡପ ଠାରେ ଏକ ବିଶେଷ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଲୋକମାନେ କିପରି ବିନା ଅସ୍ତ୍ରୋପଚାରରେ ଆଣ୍ଠୁଗଣ୍ଠି, ଅଣ୍ଟା ଓ ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ, ତାହା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ଏହି ସଚେତନତା କାର୍ଯ୍ୟକ୍ରମରେ ହେଲଥ ଭିଲେଜ ହସ୍ପିଟାଲର ପ୍ରତିଷ୍ଠାତା ତଥା ବିଶିଷ୍ଟ ଡାକ୍ତର ଶୋଭନ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଗୀମାନଙ୍କୁ ବିନା ଅସ୍ତ୍ରୋପଚାରରେ ଆରୋଗ୍ୟ ହେବାର ବିଭିନ୍ନ ଉପାୟ ସମ୍ପର୍କରେ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ ଡାକ୍ତର ରାମକୃଷ୍ଣ ପାତ୍ର, ସ୍ଥାନୀୟ ସମାଜସେବୀ ତଥା ପ୍ରଦେଶ କଂଗ୍ରେସ ସେବାଦଳର ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, କାର୍ଯ୍ୟକ୍ରମର ସଂଯୋଜକ ସୁରେନ୍ଦ୍ର କୁମାର ସାହୁ, ଅବସରପ୍ରାପ୍ତ ଡାକ୍ତର ରାଜକିଶୋର ବରାଡ଼, ସମାଜସେବୀ ଦାମ ସାର୍, ପରିବେଶବିତ୍ ସୁକାନ୍ତ ଚୌଧୁରୀ, ‘ବୃକ୍ଷ ଓ ଜୀବର ବନ୍ଧୁ ପରିଷଦ’ର ସଭାପତି ସତ୍ୟବାଦୀ ସ୍ୱାଇଁ, ବ୍ୟଙ୍ଗ କବି ରବୀନ୍ଦ୍ର କୁମାର ରାଉତ ଏବଂ ଉମେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।


ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ନିଜର ଅଭିଭାଷଣରେ ଦୈନନ୍ଦିନ ଜୀବନରେ ନିଜ ସ୍ୱାସ୍ଥ୍ୟ ପ୍ରତି କିପରି ଯତ୍ନବାନ ହେବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ସମ୍ପର୍କରେ ମୂଲ୍ୟବାନ ବାର୍ତ୍ତା ପ୍ରଦାନ କରିଥିଲେ।
ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଉତ୍ସର୍ଗୀକୃତ ସେବା ଯୋଗାଉଥିବା ଆଶା କର୍ମୀ, ଏସ୍‌.ଏଚ୍‌.ଜି.ଗ୍ରୁପ୍‌ର ମହିଳା, ବିଭିନ୍ନ ଯୁବାନୁଷ୍ଠାନର କର୍ମକର୍ତ୍ତା ଓ ଅଞ୍ଚଳର ବହୁ ପତିଆରା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷରେ କାର୍ଯ୍ୟକ୍ରମର ସଂଯୋଜକ ସୁରେନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସାଙ୍ଗ ହୋଇଥିବା ଘୋଷଣା କରାଯାଇଥିଲା।

ଅଧିକ ପଢନ୍ତୁ