ନୟାଗଡ଼,(ଓଡ଼ିଶା ଦର୍ପଣ):ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଜନ୍ମ ଶତାବ୍ଦୀ ବର୍ଷକୁ ଏକ ବିଂଶ ଶତାବ୍ଦୀ- ନାରୀ ଶତାବ୍ଦୀ ଭାବେ ବିବେଚନା କରାଯାଇ ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ମାର୍ଗଦର୍ଶନରେ ପ୍ରତ୍ଯେକ ଜିଲ୍ଲାରେ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ ହେଉଅଛି।ଏହି ପରିପ୍ରେକ୍ଷୀରେ ସକାଳ ୯ଟା ସମୟରେ ନୟାଗଡ଼ ଜିଲ୍ଲା ଗାୟତ୍ରୀ ପରିବାର ର ସମସ୍ତ ମହିଳା ମାଆ ଭଉଣୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧ଟା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତ୍ରୀଙ୍କ ସମସ୍ୟା, ଛାତ୍ରଛାତ୍ରୀ, ରୋଗୀ ଏବଂ ବ୍ୟବସାୟୀମାନଙ୍କୁ ଦୃଷ୍ଟିରେ ରଖି ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରେଳସେବା ସମ୍ପର୍କିତ ପାଞ୍ଚ ଦଫା ଦାବି ନେଇ ନାଗରିକ ମଞ୍ଚ ଆଜି ପୂର୍ବତଟ ରେଳପଥ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦାବି ଜଣାଇଛି । […]
ରାୟଗଡ଼ା,୬/୯-ରାୟଗଡ଼ା ପୋଲିସ ଏକ ଆନ୍ତଃଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ବଡ଼ ସଫଳତା ହାସଲ କରିଛି। ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୨ଟି ବିଭିନ୍ନ କମ୍ପାନୀର ଗାଡ଼ି (୨୧ଟି ବାଇକ୍ ଏବଂ ୧ଟି ଅଟୋ) ଜବତ କରିଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସପି ରାଜ ପ୍ରସାଦ ଏହି ସୂଚନା ପ୍ରଦାନ କରିଛନ୍ତି।ଏସପିଙ୍କ ସୂଚନା ଅନୁଯାୟୀ, ଗତ ଏକ ବର୍ଷ ଧରି ରାୟଗଡ଼ା ଜିଲ୍ଲା […]
ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ରାୟଗଡ଼ା: ରାୟଗଡ଼ା ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ ‘ସଂସ୍କୃତି’ ପକ୍ଷରୁ ମହା ଆଡମ୍ବର ସହକାରେ ଶିକ୍ଷକ ଦିବସ ପାଳନ କରାଯାଇଛି। ଅନୁଷ୍ଠାନର ସଭାନେତ୍ରୀ ସରସ୍ୱତୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ମୁଖ୍ୟ ଅତିଥି ଭାବେ ଏବଂ ଡଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ବକ୍ତାମାନେ ସମାଜ ଗଠନରେ ଗୁରୁ ଓ ଶିକ୍ଷକଙ୍କ ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ […]
ରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏହା ମଧ୍ୟରେ ଆମେରିକା ଇରାନର ପ୍ରମୁଖ ତୈଳ କେନ୍ଦ୍ର ଖାର୍ଗ ଦ୍ଵୀପ ନିକଟରେ ବଡ଼ ଧରଣର ହମଲା କରିଛି। ଏହାର ସୂଚନା ଖୋଦ୍ ଇରାନର ମିଡିଆ ଦେଇଛନ୍ତି। ସୂଚନା ମୁତାବକ ଖାର୍ଗ ଦ୍ଵୀପ ନିକଟରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଏହି ବିସ୍ଫୋରଣ ତୈଳ କେନ୍ଦ୍ରର ମୁଖ୍ୟ ହବରେ ହୋଇଥିବା କୁହାଯାଉଛି।ଆମେରିକା ଆକ୍ରମଣର ରିପୋର୍ଟ ଇରାନର ‘ଷ୍ଟୁଡେଣ୍ଟ ନ୍ୟୁଜ ନେଟୱାର୍କ’ (SNN) ରୁ ଆସିଛି। SNN […]
ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ ।ଆସନ୍ତା ଇଂରାଜୀ ତାରିଖ ସେପ୍ଟେମ୍ବର -15 ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ଦିନ ପୂର୍ବାହ୍ନ 9ଟା 40ରୁ 9ଟା 54 ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ l ଏହାପରେ ପରମ୍ପରା ଅନୁସାରେ ଘରେ ଘରେ ନୂଆଁଖାଇ ପାଳନ ହେବ l ଏଥିପାଇଁ ଆଜି ପରମ୍ପରା ମୁତାବକ ସମ୍ବଲପୁର ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ […]
ବର୍ତ୍ତମାନ ଚିନି-ପିଆଜ ପରେ ଅଣ୍ଡା ମୂଲ୍ୟ ବୃଦ୍ଧିର ପ୍ରଭାବ ସବୁଠି ଅନୁଭୂତ ହେଉଛି।ବିଗତ ୧ ବର୍ଷ ସମଗ୍ର ଦେଶରେ ଅଣ୍ଡା ମୂଲ୍ୟ ପ୍ରାୟ ୪୦% ବୃଦ୍ଧି ପାଇଛି। ଅନେକ ସହରରେ, ଖୁଚୁରା ବଜାରରେ ଗୋଟିଏ ଅଣ୍ଡା ୯ ଟଙ୍କାରୁ ୧୦ ଟଙ୍କାରେ ବିକ୍ରି ହେଉଛି।National Egg Coordination Committee (NECC) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଦିଲ୍ଲୀରେ ଗୋଟିଏ ଅଣ୍ଡାର ମୂଲ୍ୟ ୬ ଟଙ୍କା ରହିଛି। ସେହିପରି କୋଲକାତାରେ ଏହାର ମୂଲ୍ୟ ପ୍ରାୟ ୬.୦୨ ଟଙ୍କା ରହିଛି। […]
ଜି ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । CBI ଏସେଲ ଗ୍ରୁପର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ସମେତ ଅନ୍ୟ ୪ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି ।LIC ହାଉସିଂ ଫାଇନାନ୍ସ ଲିମିଟେଡ୍ ସହ ପ୍ରାୟ ୧,୩୨୨ କୋଟି ଟଙ୍କାର କଥିତ ଠକେଇ ଅଭିଯୋଗରେ CBI ତାଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ରିପୋର୍ଟ ଅନୁସାରେ, LIC ହାଉସିଂ ଫାଇନାନ୍ସର ଅଭିଯୋଗ ଆଧାରରେ ସୁଭାଷ ଚନ୍ଦ୍ରାଙ୍କ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ପବିତ୍ର ଗୁରୁଦିବସ ଅବସରରେ ଆଜି ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଭବ୍ୟ ଏବଂ ଉତ୍ସବମୁଖର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ଗୁରୁଦିବସ ପାଳନ କରିବା ସହ ଗୁରୁପୂଜନ କାର୍ଯ୍ୟସୂଚୀ ସମ୍ପନ୍ନ କରିଥିଲେ।ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ସଭାରେ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସୁରେନ୍ଦ୍ର କୁମାର ସ୍ୱାଇଁ ଏବଂ ପ୍ରଦୀପ୍ତ […]
ଗୁରୁ ଦିବସରେ ଆନ୍ଦୋଳନରତ ଶିକ୍ଷାକମାନଙ୍କୁ ଭେଟିଲେ ମନ୍ତ୍ରୀ । ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ୨୧ ଦିନ ହେଲା ବିଦ୍ୟାଳୟ ଛାଡି ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗାନ୍ଧି ମାର୍ଗରେ ପହଞ୍ଚିଛନ୍ତି । ତାଙ୍କ ସହ ବିଧାୟକ ଆଶ୍ରିତ ପଟ୍ଟନାୟକ ଅଛନ୍ତି । ଆନ୍ଦୋଳନରତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଶିକ୍ଷକଙ୍କୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ […]
FCI ସମସ୍ୟା କଥା ଉଠାଇଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । FCI ଚାଉଳ ଉଠାଉନଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । କାରଣ ମିଲ୍ ଖାଲି ନହେଲେ ଖରିଫ୍ ଧାନ କିଣା ହେବ କେମିତି ? ପୂର୍ବରୁ କମ୍ ଚାଷ ହେଉଥିଲା, ଏବେ ଧାନ ଚାଷ ବଢ଼ିଛି । ସରକାର ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେଉଥିବାରୁ ଚାଷୀଙ୍କ ଆଗ୍ରହ ବଢ଼ିଛି । FCI ଧାନ ଉଠାଇବା ନେଇ କେନ୍ଦ୍ର ସହ ପ୍ରତିଦିନ ଆଲୋଚନା […]
