ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
ନୟାଗଡ଼,(ଓଡିଶା ଦର୍ପଣ): ଗଣିଆ ବ୍ଲକର ପ୍ରସିଦ୍ଧ ମଣିଭଦ୍ରା ପାହାଡ଼ ପାଦଦେଶରେ ଆସନ୍ତା ଡିସେମ୍ବର ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାରିଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଛି ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ-୨୦୨୬। ଏହି ମହାଯଜ୍ଞକୁ ଶୃଙ୍ଖଳିତ, ଭବ୍ୟ ଓ ସଫଳତାର ସହ ଆୟୋଜନ କରିବା ନିମନ୍ତେ ଶନିବାର ଅପରାହ୍ନ ୪ଟାରେ ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ […]
‘ଏକ ଭାରତ ଶ୍ରେଷ୍ଠ ଭାରତ’ ଗଠନ ଦିଗରେ ନିଜର ଯୋଗଦାନ ଦେବାକୁ ଯୁବପିଢୀଙ୍କୁ ଆହ୍ୱାନ ଦେଲେ କ୍ରୀଡ଼ା ମନ୍ତ୍ରୀ । ରାଜଧାନୀ ଭୁବନେଶ୍ବରରେ ପାଳିତ ହୋଇଛି ‘ରାଷ୍ଟ୍ରୀୟ ଏକତା ଦିବସ’ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ବିଶାଳ ପଦଯାତ୍ରା । କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ […]
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ ଏକ ବଡ଼ ରାୟ ଦେଇଛନ୍ତି ରାଜସ୍ୱ ପର୍ଷଦ ଅଧୀନସ୍ଥ ଚକବନ୍ଦି ଆୟୁକ୍ତ । ପୁରୀ ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାର ୨୮.୮୪୦ ଏକର ମୂଲ୍ୟବାନ ଜମିର ବିବାଦୀୟ ଚୂଡ଼ାନ୍ତ ରେକର୍ଡକୁ ରଦ୍ଦ କରି ଏହାକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଚକବନ୍ଦୀ କମିଶନର ପ୍ରବୀର କୁମାର ନାୟକ ୨୦୧୬ ମସିହାର ସେଟଲମେଣ୍ଟ ରିଭିଜନ୍ ପିଟିସନ୍ […]
ଗୋଟିଏ ବାତ୍ୟା ଯାଇନି ଆଉ ଗୋଟିଏ ବାତ୍ୟା ଆସିଲାଣି । ଯାହାକୁ ନେଇ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର । ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଭଳି ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।ଆସନ୍ତାକାଲି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମୁଦ୍ରରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେଇପାରେ। ବାତ୍ୟା ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ […]
ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 151 ତମ ଜନ୍ମ ଦିବସରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି । ଆଜି ସକାଳେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ୍ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ନୂଆଦିଲ୍ଲୀସ୍ଥିତ ସର୍ଦ୍ଦାର ପଟେଲ ଛକରେ ଭାରତର ‘ଲୌହ ପୁରୁଷ’ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସର୍ଦ୍ଦାର ପଟେଲ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନ […]
ଭାରତୀୟ ବାୟୁସେନା ନୂଆ ମୁଖ୍ୟ ଭାବରେ ଏୟାର ଚିଫ୍ ମାର୍ଶାଲ ଆଶୁତୋଷ ଦୀକ୍ଷିତ ଶନିବାର ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂହଙ୍କ ସ୍ଥାନ ନେଇଛନ୍ତି। ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂହ PVSM, AVSM ଶନିବାର ୨୮ତମ ବାୟୁସେନା ମୁଖ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି। ୧୯୮୪ ଡିସେମ୍ବର ୨୧ରୁ ୨୦୨୬ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଦୀର୍ଘ ୪୨ ବର୍ଷର ସେବା ପରେ […]
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୟଙ୍କର ବନ୍ୟାରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଜୀବନଜୀବିକା ଉଜୁଡ଼ିଯାଇଛି। ହେଲେ ବନ୍ୟା ବିପନ୍ନ ଲୋକେ ପାଣିଘରରେ ରହି ଦୁର୍ଦ୍ଦଶା ଜୀବନ କାଟୁଛନ୍ତି।ଗଞ୍ଜାମ ପୁରୁଷୋତ୍ତମପୁର ଠାରେ ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ । ବେକରେ ଗାମୁଛା ପକାଇ ଟାଣି ନେଲେ ଉତ୍ତ୍ୟକ୍ତ ଲୋକେ ।ଦୀର୍ଘ ତିନିଦିନ ପରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଭାଜପାର ରାଜ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ପୁରୁଷୋତ୍ତମପୁର ଏନ୍ଏସିର କୁମାରୀ ଗ୍ରାମକୁ ଆସିଥିବାବେଳେ ଲୋକେ […]
ବରିଷ୍ଠ ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କଲେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଶନିବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଇନଷ୍ଟାଗ୍ରାମରେ ନିଧିଙ୍କୁ ଟ୍ୟାଗ୍ କରି ଓମାର ଅବୁଦୁଲ୍ଲା ବିବାହର ଏକ ଫଟୋ ଶେୟାର କରିଛନ୍ତି।ଉମର ଅବଦୁଲ୍ଲା ନିଜର ଏକ୍ସ ଆକାଉଣ୍ଟରେ ବିବାହ ସମ୍ପର୍କିତ ଫଟୋ ସେୟାର କରି ଲେଖିଛନ୍ତି, ‘ଗତକାଲି ଏକ ନୂଆ ଯାତ୍ରାର ଆରମ୍ଭ ହେଲା ।’ ଉମର ଓ ନିଧିଙ୍କ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି […]
ନୟାଗଡ଼,(ଓଡିଶା ଦର୍ପଣ): ଗଣତନ୍ତ୍ରର ମୂଳଦୁଆକୁ ଦୃଢ଼ କରିବା ଏବଂ ପିଲାମାନଙ୍କୁ ଦେଶର ଭବିଷ୍ୟତ ନାଗରିକ ତଥା ଦାୟିତ୍ୱସମ୍ପନ୍ନ ନେତା ଭାବେ ଗଢ଼ିିତୋଲିବା ଉଦ୍ଦେଶ୍ୟରେ ପିଏମଶ୍ରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଏକାନ୍ତ ଆକର୍ଷକ ଓ ରୋମାଞ୍ଚକର ‘ଛାୟା ବିଧାନସଭା’ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଖୁଣ ଭାବେ ମନ୍ତ୍ରୀ, ବିଧାୟକ, ବାଚସ୍ପତି ଏବଂ ବିରୋଧୀ ଦଳ ନେତା ଭୂମିକା ଅଭିନୟ କରି ପ୍ରକୃତ ବିଧାନସଭାର ଏକ ଜୀବନ୍ତ ଚିତ୍ର ପ୍ରସ୍ତୁତ କରିଥିଲେ। ଅଧିବେଶନ ଆରମ୍ଭରେ ପ୍ରଶ୍ନକାଳ […]
ଓଡ଼ଗାଁ, (ଓଡିଶା ଦର୍ପଣ): ନିଜ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇ ନୟାଗଡ଼ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସ୍ଲୋଗାନ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ଦଶମ ଶ୍ରେଣୀ ଛାତ୍ରୀ ରାନୀ ଡାକୁଆ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ନୟାଗଡ଼ ପକ୍ଷରୁ ଆୟୋଜିତ ‘ଯୁବ ମାନସ’ ଆଧାରିତ ସଡ଼କ ସୁରକ୍ଷା ସ୍ଲୋଗାନ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ […]
ଭୂସ୍ଖଳନରେ ନିଖୋଜ ଥିବା ଲୋକଙ୍କୁ ଖୋଜିବ ହେଲିକପ୍ଟର। ନୌସେନାର ଅତ୍ୟାଧୁନିକ ହେଲିକପ୍ଟର ‘ସିଗମିକ୍’ ସହ ନିଖୋଜଙ୍କୁ ଖୋଜିବା ପାଇଁ ଲାଇଭ ଡିଟେକ୍ସନ ୟୁନିଟର ସହାୟତା ନେବେ ରାଜ୍ୟ ସରକାର। ମାଟି ତଳେ କାଳେ କେହି ରହିଥିବେ ସେ ନେଇ ସ୍କାନ କରିବ ହେଲିକପ୍ଟର।ଭୂକମ୍ପ, ଭୂସ୍ଖଳନ, କୋଠା ଭୁଶୁଡ଼ିବା ସମୟରେ ଜୀବନ ସନ୍ଧାନ ପାଇଁ ବ୍ୟବାହର ହୋଇଥାଏ ଲାଇଭ୍ ଡିଟେକ୍ସନ୍ (Live Detection) ୟୁନିଟ। ମାଟି, ପଥର କିମ୍ବା ଭଗ୍ନାବଶେଷ ତଳେ ଚାପି ହୋଇଥିବା ଜୀବିତ ବ୍ୟକ୍ତିଙ୍କୁ ଖୋଜିବାରେ […]
