ଶ୍ରେଷ୍ଠ ସରକାରୀ ଓକିଲ ଭାବେ ସମ୍ମାନୀତ ହେଲେ ଖଣ୍ଡପଡ଼ା ମାଟିର ପୁଅ ସଲୀଳ

ନୟାଗଡ଼,(ଓଡ଼ିଶା ଦର୍ପଣ) ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଭୁବନେଶ୍ଵର ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ୨୦୨୫ ବର୍ଷ ନିମନ୍ତେ ଶ୍ରେଷ୍ଠ ସରକାରୀ ଓକିଲ ଭାବେ ସଲୀଳ କୁମାର ପ୍ରଧାନ ସମ୍ମାନୀତ ହୋଇଥିବା ଜଣାଯାଇଛି। ଏ ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷ ଯୋଗ ଦେଇଥିଲେ।ଏ ଅବସରରେ ସଲୀଳଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ପତ୍ର ସହ ଏକ ଟ୍ରଫି ପ୍ରଦାନ କରି ସମ୍ମାନିତ  କରିଥିବା ଜଣାଯାଇଛି। ସଲୀଳଙ୍କ କାର୍ଯ୍ୟଦକ୍ଷତାକୁ ନେଇ  ଖଣ୍ଡପଡ଼ା ଅଞ୍ଚଳବାସୀ ଓ ଚଣ୍ଡିପ୍ରସାଦ ଗ୍ରାମବାସୀ ବେଶ ଗର୍ବ ଅନୁଭବ କରିଥିବା ଜଣାଯାଇଛି।ସଲୀଳ ଗୁଣ୍ଠୁଣି ପଞ୍ଚାୟତ ଅଧୀନ ଚଣ୍ଡିପ୍ରସାଦ ଗ୍ରାମର ସୁନାମଧନ୍ଯ ଶିକ୍ଷାବିତ ବୈକୁଣ୍ଠନାଥ ପ୍ରଧାନଙ୍କ ପୁଅ ବୋଲି ଜଣାପଡିଛି।ସଲୀଳ ଏବେ  ଭୁବନେଶ୍ଵରସ୍ଥିତ ଭିଜିଲାନ୍ସ ସ୍ପେଶାଲ ଜଜ କୋର୍ଟରେ ପିପି ଭାବେ କାର୍ଯ୍ଯ କରୁଥିବା ଜଣାପଡିଛି।

ଅଧିକ ପଢନ୍ତୁ