
ନୟାଗଡ଼,(ଓଡ଼ିଶା ଦର୍ପଣ): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ନଭେମ୍ବର ୧ ରୁ ୩ ପର୍ଯ୍ୟନ୍ତ ନୟାଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଅଲ ଓଡ଼ିଶା ଓପନ ସ୍କୁଲ ଚେସ୍ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ନୟାଗଡ଼ ଜିଲ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି।
ଏ ନେଇ ଆସୋସିଏସନ୍ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବାତ୍ୟା ଜନିତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖେଳାଳି ଓ ଅଭିଭାବକ ମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ।
ଯେଉଁ ଖେଳାଳିମାନେ ପ୍ରବେଶ ଶୁଳ୍କ ଫେରସ୍ତ ନେବାକୁ ଚାହୁଁଛନ୍ତି, ସେମାନେ ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ରିତେଶ ରଥଙ୍କ ସହିତ ମୋବାଇଲ ନମ୍ବର ୯୪୩୭୪୪୧୨୨୮ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ଏହି ଅସୁବିଧା ପାଇଁ ଆସୋସିଏସନ୍ ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।
