
ନୟାଗଡ଼,(ଓଡ଼ିଶା ଦର୍ପଣ):ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ସୁଭେନ୍ଦୁ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ, ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ତରଫରୁ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମପଞ୍ଚାୟତରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ‘ଭୋଟ୍ ଚୋରି’ ପ୍ରସଙ୍ଗରେ ଜନସଚେତନତା ପାଇଁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ସେବାଦଳର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିରୁଡ଼ାସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ସ୍ୱାଇଁ ଜାତୀୟ ପତାକା ଉତ୍ତଳନ କରିବା ସହ ସାମୂହିକ ଭାବେ ଗାଁ ସଫେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ସଫେଇ କାର୍ଯ୍ୟ ପରେ ସେବାଦଳର କର୍ମୀମାନେ ଗାଁର ବିଭିନ୍ନ ଗଳି କନ୍ଦି ବୁଲି ପଦଯାତ୍ରା କରିଥିଲେ ଏବଂ ‘ଭୋଟ୍ ଚୋରି’ ନୀତି ବିରୋଧରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସେବାଦଳ ସଭାପତି ଦିଗାମ୍ବର ବେହେରା, ଓବିସି ସେଲ୍ ଜିଲ୍ଲା ସଭାପତି ପୀତବାସ ଖୁଣ୍ଟିଆ, ପୂର୍ବତନ ସମିତି ସଭ୍ୟ ଉମେଶ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ମିଶ୍ର, ବିଜୟ କୁମାର ଦାସ, ରାଜ କିଶୋର ସାହୁ, ମାଗୁଣି ମହାପାତ୍ର, ଝିଲି ସ୍ୱାଇଁ, ଶଙ୍କର ମୁଦୁଲି, ବିନାୟକ ମଣ୍ଡଳ, ସୁରେଶ ଚନ୍ଦ୍ର ମହାରଣା, ଦୁତି କୃଷ୍ଣ ସାମନ୍ତରାୟ, ଆନ୍ତର୍ଜାମୀ ସାହୁ ଏବଂ ଶଶିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
