‘ମହିଳା ସୁରକ୍ଷାରେ ଆଇନ’ ସମ୍ପର୍କିତ କର୍ମଶାଳା

ନୟାଗଡ଼,(ଓଡ଼ିଶା ଦର୍ପଣ): ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ, ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ “ମହିଳାଙ୍କ ସୁରକ୍ଷାରେ ଆଇନର ବିଭିନ୍ନ ଦିଗ” ସମ୍ପର୍କିତ ଏକ କର୍ମଶାଳା ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା  | ଉକ୍ତ ଉତ୍ସବରେ ନୟାଗଡ଼ର ବରିଷ୍ଠ ଆଇନଜୀବୀ  ଚନ୍ଦ୍ର ବିଜୟୀ ମିଶ୍ର ସମ୍ବିଧାନରେ ନାରୀମାନଙ୍କ ସୁରକ୍ଷା, ହିନ୍ଦୁ ଓ ମୁସଲିମ ବିବାହ ଆଇନ,ବାଲ୍ୟ ବିବାହ ଓ ଘରୋଇ ହିଂସା ନିରୋଧ ଆଇନ, ବିବାହ ବିଚ୍ଛେଦ ଆଇନ,ପୋକସୋ ଆଇନ ଓ କର୍ମ କ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ନିରୋଧ ଆଇନର ବିଭିନ୍ନ ପ୍ରାବଧାନ ସଂପର୍କରେ  ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବକ୍ତବ୍ୟ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଦ୍ଵାରା କୃତି ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ଉପହାର ପ୍ରଦାନ କରିଥିଲେ।ଦୀପିକା ରାଣୀ ତୁରୁକ ମଞ୍ଚ ପରିଚାଳନା କରିଥିବା ବେଳେ ଶକ୍ତିଶ୍ରୀ ସଂଯୋଜିକା ରୀତିଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ | ।ପ୍ରାୟ ୨୦୦ ଛାତ୍ରଛାତ୍ରୀ ସଭାରେ ଭାଗ ନେଇଥିବାବେଳେ ଗୌରମୋହନ ସାହୁ, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅପରାଜିତା ମିଶ୍ର, ବିଜୟିନୀ ଶୁଭଦର୍ଶିନୀ, ବିଜୟ କୁମାର ସାହୁ, ରୀନାବାଳା ଘଡ଼େଇ, ଡକ୍ଟର ଗିରିଶ ଚନ୍ଦ୍ର ନାୟକ, ଅଜୟ କୁମାର ସେଠୀ, ବିଭୁତି ଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

ଅଧିକ ପଢନ୍ତୁ