ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ବତ ସାଧକ ତଥା ସଂଗ୍ରାହକ ଦାଶରଥି ପଟ୍ଟନାୟକ ୧୯୦୭ରେ ଜନ୍ମ ଗ୍ରହଣ କରି ୧୯୯୭ ସେପ୍ଟେମ୍ବର ପରଲୋକ ହୋଇଥିଲା। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ମଫସଲିଆ ଗାଁ ଉଦୟପୁରରେ ଜନ୍ମ ଗ୍ରହଣ କରିଥିବା ଦାଶରଥିଙ୍କୁ ଦଶ ପଇସାର ରାଜା ଦାସିଆ ଅଜା ବୋଲି ସାରା ଓଡ଼ିଶାରେ ପୁରପଲ୍ଲୀରେ ପରିଚିତ। ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚତୁର୍ଥ ଶ୍ରେଣୀ ଥିଲା ତାଙ୍କର ପାଠପଢ଼ା। ପ୍ରାରମ୍ଭିକ […]
ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, କନକ ନ୍ୟୁଜର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, DSS ଶରତ […]
ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅବସର ନେଉଥିବା ଶିକ୍ଷକ ତଥା ବିଭାଗୀୟ କର୍ମଚାରୀଙ୍କୁ ଅବସର ଦିନ ସଂପୂର୍ଣ୍ଣ ପେନସନ ସହ ଗ୍ରାଚ୍ୟୁୟିଟି,କମ୍ୟୁଟେସନ ଆଦି ପ୍ରଦାନ କରାଯିବା ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ ଅଟେ। ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ନିଜେ ଉପସ୍ଥିତ […]
ଭୁବନେଶ୍ୱର, (ଓଡିଶା ଦର୍ପଣ): ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ “ଓଡ଼ିଶା ପତ୍ରକାର ସଂଘ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୦୨୫-୨୮ ବର୍ଷ ପାଇଁ ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ରବିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦକ ଓ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଥମେ ସଂଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାପରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ବିଶେଷକରି […]
ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।ମନୁଷ୍ୟ ଶରୀରରେ ରକ୍ତର ଆବଶ୍ୟକତା କେତେ ରହିଛି ତାହା କହିବା ଅନାବଶ୍ୟକ। ବିଶେଷଭାବରେ ଗୁରୁତର ଦୁର୍ଘଟଣାର ଶିକାର ହୋଇଥିବା କିମ୍ବା ଅପରେଶନ ସମୟ ବ୍ୟତୀତ ଆହୁରି କେତେକ ସ୍ଥଳରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ବ୍ଲଡ ଗ୍ରୁପ୍ ଅନୁସାରେ ଯୋଗାଡ କରାଯାଇଥିବା ରକ୍ତ ତାଙ୍କୁ ଯୋଗାଇ ଦିଆଯାଏ। […]
ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରୁଛନ୍ତି ପହିଲି ରଜ ।ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ। ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ। ପହିଲି ରଜକୁ ରାଜ୍ୟର […]
ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଦାରୁ ଦିଅଁ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ନୀତି । ଜ୍ଵରରେ ଆକ୍ରାନ୍ତ ଦାରୁଦିଅଁଙ୍କ ପାରମ୍ପାରିକ ଉପଚାର ଆରମ୍ଭ କରିଛନ୍ତି ଦଇତାପତି ସେବକ ।ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ବରରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ୟ ସ୍ନାନଯାତ୍ରା ପରେ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ବର ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡିରେ ଠାକୁରଙ୍କୁ ଅବସ୍ଥାନ […]
ପ୍ରତିବର୍ଷ ଜୁନ ୧୨ରେ ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ପାଳନ କରାଯାଏ । ଏହା ସାରା ବିଶ୍ବରେ ଶିଶୁ ଶ୍ରମିକଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ । ‘ଶିଶୁ ଶ୍ରମ’ ଶବ୍ଦଟି ପ୍ରାୟତଃ କାମ ଭାବରେ ବିବେଚିତ ହୋଇଥାଏ । ଅର୍ଥାତ ଏହା ପିଲାଙ୍କୁ ସେମାନଙ୍କ ପିଲାଦିନରୁ ବଞ୍ଚିତ କରିଥାଏ । ଆଜିର ଶିଶୁ କାଲିର ନାଗରିକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠପଢ଼ା ପାଇଁ ବଡ ବଡ ଯୋଜନା କରାଯାଉଛି। ମାତ୍ର […]
ଦେବସ୍ନାନ ପୂର୍ଣ୍ଣିମାରେ ହୁଏ ମହାପ୍ରଭୁଙ୍କ ମହାସ୍ନାନ ଯାତ୍ରା । ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ । ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯିବ ।ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ‘ସୁନା କୂଅ’ । ତେବେ ଏହିଠାରୁ ହିଁ […]
ବକ୍ରୀ ଇଦ ମୁସଲମାନ ପଞ୍ଜିକା ର ଅନ୍ତିମ ଅର୍ଥାତ ଦ୍ୱାଦଶ ମାସ(ଦୁ ଆଲ ହିଯାଃ) ରେ ପାଳନ କରାଯାଇଥାଏ|ଚନ୍ଦ୍ର ର ଗତି ବିଧି ଅନୁସାରେ ପରିଚାଳିତ ହୁଇଥିବା ମୁସମାଲ ପଞ୍ଜିକା ପ୍ରକୃତରେ ଗ୍ରେଗୋରିଆନ କ୍ୟାଲେଣ୍ଡର ହିସାବ ରେ ପରିବର୍ତନ ହୋଇଥାଏ |ଏହି ଦିନକୁ ବିଶ୍ୱ ସାରା ମୁସଲାମ ଧର୍ମ ର ଭକ୍ତ ମାନେ ବେଶ ଜୋରଦାର ରେ ପାଳନ କରିଥାନ୍ତି | ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନମାନେ ଏହି ପର୍ବ […]
ପ୍ରତିବର୍ଷ ଜୁନ୍ ୩ ତାରିଖକୁ ଜାତୀୟ ଅଣ୍ଡା ଦିବସ ଭାବେ ପାଳନ କରାଯାଏ। ଅଣ୍ଡାକୁ ସବୁଠାରୁ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ। ସାରା ବିଶ୍ୱରେ ଅଣ୍ଡା ଏକ ମୁଖ୍ୟ ଖାଦ୍ୟ, ଯେଉଁଥିରେ ପ୍ରୋଟିନ୍ ଓ ଭିଟାମିନ୍ ଭରପୂର ରହିଛି। ଅଣ୍ଡାର ଧଳା ରଙ୍ଗରେ ଉଚ୍ଚମାନର ପ୍ରୋଟିନ୍ ମିଳିଥାଏ ଏବଂ କେଶରରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୁସ୍ଥ ଚର୍ବି, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଅଣ୍ଡାରେ ଥିବା ଏହି ଗୁଣ ଦୈନନ୍ଦିନ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରେ।ଗୋଟିଏ […]
ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ପାଳନ କରାଯାଏ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ପିଲାଟି ଯେତେବେଳେ ବଡ ହୁଏ ତାର ପ୍ରଥମ ସାଥୀ ପାଲଟିଯାଏ ଏହି ଶୂନଗାଡି । ବାରମ୍ୱାର […]
