ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ ଓ ବାପାଙ୍କ ପରିଚୟ ମିଳିଲା

ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ଏହି ସୂଚନା ଦେଇଛନ୍ତି।ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଦିନେ ଦୁଇ ଦିନ ଭିତରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବେ । ଏହାପରେ ତାଙ୍କୁ ପୋଲିସ ପଚରାଉଚରା କରିବ। […]

ଅଯୋଧ୍ୟାରୁ ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ

ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି | ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ତେବେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି | ଶ୍ରୀରାମ ଜନ୍ମଭୂମି ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ଟିମ୍ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଏହି ନିମନ୍ତ୍ରଣ ପତ୍ର […]

ପିକନିକ୍ ପାଇଁ ଯାଉଥିବା ଗାଡ଼ି ପାଇଁ ଆବଶ୍ୟକ ସ୍ୱତନ୍ତ୍ର SOP ଅନୁମତି

ଶୀତଋୁତୁ ଆରମ୍ଭ ସହ ଜମିଛି ପିକ୍‌ନିକ୍‌ ଆସର। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ସ୍ଥାନମାନଙ୍କରେ ବଣଭୋଜି ପାଇଁ ମଧ୍ୟ ଲୋକଙ୍କ ଖୁବ୍‌ ଭିଡ଼ ଦେଖିବାକୁ ମିଳିଛି।ତେବେ ପିକନିକ୍‌ ଋତୁରେ ମାତ୍ରାଧିକ ଦୁର୍ଘଟଣା ରୋକିବା ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ମାନକ ସଂଚାଳନ ପ୍ରକ୍ରିୟା(ଏସଓପି)ଜାରି କରାଯାଇଛି। ଏହି ନୁଆ ଏସଓପିରେ କଠୋର ନିୟମାବଳୀ ରହିଛି। ଯଦି ଆପଣମାନେ ପିକନିକ୍ ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଏସବୁ ବିଷୟରେ ପ୍ରଥମେ ଜାଣି ନିଅନ୍ତୁ।ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ […]

ଡ. ସୁରେଶ ବରାଡ଼ଙ୍କ‘ଭକ୍ତି ଅର୍ଘ୍ୟ’ ପୁସ୍ତକ ଲୋକାର୍ପିତ

ଶରଣକୁଳ ତା୩୧/୧୨(ନି.ପ୍ର) ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ଭକ୍ତି ଅର୍ଘ୍ୟ’ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ଆନ୍ତଜାର୍ତୀୟ ଚାରଣଗୋଷ୍ଠୀ ଦ୍ଵାରା ଆୟୋଜିତ ୩୨ ତମ ଚାରଣ ପ୍ରବ୍ରଜ୍ୟା କାର୍ଯ୍ୟକ୍ରମ ଗତକାଲି ସପ୍ତମ ଦିବସରେ ରତାପାଟ ଗ୍ରାମରେ ଗ୍ରାମବାସୀ ମାନଙ୍କ ତରଫରୁ ଆୟୋଜିତ ସାନ୍ଧ୍ୟ ପ୍ରାବଚନିକ କାର୍ଯ୍ୟକ୍ରମରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ପୌରୋହିତ୍ୟ କରିଥିଲେ ଚାରଣ ଗୋଷ୍ଠୀର ଦଳପତି ପ୍ରାଧ୍ୟାପକ ଡ. ଗୋପାଳ ଚନ୍ଦ୍ର […]

ମହାନ ସଂଗ୍ରାମୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

“ ମୁଁ ଚକରା କହୁଛି” ନାଟକ ମଞ୍ଚସ୍ଥ ଭୁବନେଶ୍ୱର,(ଓଡିଶା ଦର୍ପଣ): ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ […]

ନୟାଗଡ଼ରେ ଦାସିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ

ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ନୟାଗଡ଼,(ଓଡିଶା ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ପ୍ରସିଦ୍ଧ ସାରସ୍ବତ ସାଧକ ଏବଂ ନୟାଗଡ଼ ଜିଲ୍ଲାର ଗର୍ଵ ଓ ଗୌରବ ସ୍ବର୍ଗତ ଦାଶରଥି ପଟ୍ଟନାୟକ ସମସ୍ତଙ୍କ ପ୍ରିୟ ଦାଶିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ନୟାଗଡ଼ ସହର ସ୍ଥିତ କଚେରୀ ବଜାରରେ ଥିବା […]

‘ନାଟକ ସମଗ୍ର’ରେ ପ୍ରକାଶିତ ହୋଇଛି ନୟାଗଡ଼ ନାଟ୍ୟକାରଙ୍କ ନାଟକ

ଭୁବନେଶ୍ୱର,(ଓଡିଶା ଦର୍ପଣ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତା ତଥା ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ନାଟ୍ୟ ଉତ୍ସବ ପୂର୍ବ ରଂଗ ର ଉଦଯାପନୀ ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ୫ ଜଣ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ ନାଟକ ସମଗ୍ର ‘। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ […]

ୱେବ ପୋର୍ଟାଲ ‘ଓଡ଼ିଶା ଦର୍ପଣ’ର ଶୁଭ ଉନ୍ମୋଚନ ଉତ୍ସବ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଦର୍ପଣ ପରିବାର ପକ୍ଷରୁ ‘ଓଡ଼ିଶା ଦର୍ପଣ’ ନାମକ ଏକ ୱେବ ପୋର୍ଟାଲ ନୂଆ ବର୍ଷରେ ନୟାଗଡ଼ ଜିଲ୍ଲାର ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀଙ୍କ ପୀଠରେ ଶୁଭ ଉନ୍ମୋଚିତ ହୋଇଯାଇଛି। ଦର୍ପଣ ପରିବାରର ମୁଖ୍ୟ ପୁରୋଧା ତଥା କବି ଗୀତିକଳ୍ପ ହରିଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ପ୍ରଦୀପ୍ତ ରଥ, ରାମକୃଷ୍ଣ ରଥ, ଗୋକୁଳ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ, […]