ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଳାଇଲେ..ମଲ୍ଲିକାର୍ଜୁନ ! ଆଉ କଣ କହିଲେ ଏମିତି ଯେ …

ଆମ୍ବେଦକର ଜୟନ୍ତୀ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ନେତାମାନେ ସଂସଦ ପରିସରରେ ଥିବା ‘ପ୍ରେରଣା ସ୍ଥଳ’ରେ ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ଭାବେ ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ମଲ୍ଲିକାର୍ଜୁନ ଖଡଗେଙ୍କ ସହ ହାତଇ ମିଳାଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ଦୁହିଁଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲେ । ଭିଡିଓରେ ଦେଖିବାକୁ ମିଳିଛି ମଲ୍ଲିକାର୍ଜୁନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି କହିଥିଲେ ଏହା ପରେ ସେ ଜୋରରେ ହସିବାକୁ ଲାଗିଥିଲେ ।ସାଧାରଣତଃ, ବିରୋଧୀ ଦଳର ନେତାମାନେ ପରସ୍ପରକୁ କଡ଼ା ସମାଲୋଚନା କରୁଥିବାର ଦେଖାଯାଇଥାଏ। କିନ୍ତୁ ଯେତେବେଳେ ବିରୋଧୀ ଦଳର ନେତାମାନେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଭେଟନ୍ତି, ସେହି ମୁହୂର୍ତ୍ତଟି ସ୍ୱତନ୍ତ୍ର ହୋଇଯାଇଥାଏ। ଦେଶବାସୀଙ୍କ ପାଇଁ ବାର୍ତ୍ତା ହେଉଛି ଯେ ବିରୋଧୀ ନେତାମାନଙ୍କ ମଧ୍ୟରେ ମତଭେଦ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ମନାନ୍ତର ନାହିଁ। ଏହା ହିଁ ଭାରତୀୟ ଗଣତନ୍ତ୍ରର ମହତ୍ତ୍ବ ଏବଂ ପରିପକ୍ୱତାର ଏକ ଉଦାହରଣ। ଏପ୍ରିଲ ୧୧ ତାରିଖରେ ସମାନ ଏକ ଘଟଣା ଦେଖିବାକୁ ମିଳିଥିଲା । ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ସଂସଦ ଭବନ ପରିସରରେ ଏକ ଦୀର୍ଘ ଆଲୋଚନା ହୋଇଥିଲା ।

ଅଧିକ ପଢନ୍ତୁ