ଇସ୍ରାଏଲ ଇରାନ ସହ ଯୁଦ୍ଧରେ ବିଜୟୀ ହେବ -ନେତନ୍ୟାହୁଙ୍କ ଦାବି

ଖୁବଶୀଘ୍ର ଶେଷ ହେବ ଇରାନ୍ ସହ ଯୁଦ୍ଧ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନୟାହୁ ଏଭଳି ବଡ଼ ବୟାନ ଦେଇଛନ୍ତି । ଯୁଦ୍ଧ କରିବାକୁ ଇରାନ୍ ପାଖରେ ଆଉ କିଛି ନାହିଁ । ମୋର ନାଁରେ ମିଛ ପ୍ରଚାର ହେଉଛି ।ମୁଁ ଜୀବିତ ଅଛି ଏବଂ ଆପଣମାନେ ସମସ୍ତେ ଏହାର ସାକ୍ଷୀ । ଇରାନର ପରମାଣୁ ଓ ମିଶାଇଲ ଶକ୍ତିକୁ ଶେଷ କରିବା ଆମର ଲକ୍ଷ୍ୟ। ସେ ଆହୁରି ମଧ୍ୟ କହିଛନ୍ତି, ଇରାନ ଶାସନ ବ୍ୟବସ୍ଥା କେବଳ […]

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍ ଅତ୍ୟନ୍ତ ଜରୁରୀ:ପ୍ରତିରକ୍ଷା ମନ୍ତ୍ରୀ

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଓ ରଣନୈତିକ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭାରତ ଏବେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀରେ ଆୟୋଜିତ ଜାତୀୟ ପ୍ରତିରକ୍ଷା ଶିଳ୍ପ ସମ୍ମିଳନୀ ୨୦୨୬ରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ରୁଷ-ୟୁକ୍ରେନ ଏବଂ ଇରାନ-ଇସ୍ରାଏଲ ସଂଘର୍ଷ ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଡ୍ରୋନ୍ ଓ ଆଣ୍ଟି-ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ଅପରିହାର୍ଯ୍ୟତାକୁ ପ୍ରମାଣିତ କରିଛି।ଡ୍ରୋନ୍ ନିର୍ମାଣର ଗୁରୁତ୍ୱ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, […]

କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼, ଆକ୍ରମଣକୁ ନିନ୍ଦା କଲେ ୧୨ ଆରବ ଏବଂ ଇସଲାମିକ୍ ଦେଶ

ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରୁଛି । ଇରାନ ସିଧାସଳଖ କାତାରର ‘ରାସ୍ ଲାଫାନ୍’ ଶିଳ୍ପାଞ୍ଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଏଠାରେ ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ (LNG) ଉତ୍ପାଦନ କେନ୍ଦ୍ର ରହିଛି । କିଛି ଦିନ ପୂର୍ବରୁ ଇସ୍ରାଏଲ, ଇରାନର ସବୁଠାରୁ ବଡ଼ ଗ୍ୟାସ୍ ଫିଲ୍ଡ ‘ସାଉଥ୍ ପାର୍ସ’ ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ଇରାନ କାତାରର ଗ୍ୟାସ୍ ପ୍ଲାଣ୍ଟକୁ ଟାର୍ଗେଟ୍ କରିଛି । କାତାରର ଗ୍ୟାସ୍ […]

ଇରାନର ଗ୍ୟାସ୍ ଭଣ୍ଡାର ଉପରେ ଇସ୍ରାଏଲର ଆକ୍ରମଣ: ଆମେରିକାର ହାତ ନାହିଁ କହିଲେ ଟ୍ରମ୍ପ

ଇରାନର ସର୍ବବୃହତ ଦକ୍ଷିଣ ପାର୍ସ ଗ୍ୟାସ୍ ଫିଲ୍ଡ ଉପରେ ସମ୍ପ୍ରତି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଏହି ଆକ୍ରମଣରେ ସାମିଲ ନଥିଲା। ଏପରି କହି ଟ୍ରମ୍ପ ଆକ୍ରମଣରୁ ନିଜକୁ ଅଲଗା କରି ଦୂରେଇ ରଖିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ତେହେରାନ କତାରର ତରଳ ପ୍ରାକୃତିକ ଗ୍ୟାସ (LNG) ଭିତ୍ତିଭୂମି ଉପରେ ଆହୁରି […]

ଧ୍ୱଂସ ହେଲା ଇରାନର ‘ଖାର୍ଗ ଦ୍ୱୀପ’ – ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ (Kharg Island) ଉପରେ ଏକ ଭୟଙ୍କର ବୋମା ମାଡ଼ କରିଛି। ଏହି ଆକ୍ରମଣରେ ସେଠାରେ ଥିବା ସମସ୍ତ ସାମରିକ ଘାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ଇରାନର ୯୦% ତୈଳ ରପ୍ତାନି ପାଇଁ ଏକ ଟର୍ମିନାଲ ଭାବରେ କାର୍ଯ୍ୟ କରିଥାଏ ।ଇରାନ କହିଛି, ଆମର ତୈଳ […]

NCERTର ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଚିନ୍ତିତ

ଗତକାଲି ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଶୀର୍ଷକ ଏକ ଅଂଶ ଅନ୍ତର୍ଭୁକ୍ତ କରିଛି। ସୁପ୍ରିମକୋର୍ଟ ଏବେ ଏହି ମାମଲାର ସ୍ୱତଃ ତଦନ୍ତ କରିଛନ୍ତି।ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, “ମୁଁ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ। ଆମେ ଗୋଟିଏ ଦିନ ଅପେକ୍ଷା କରିବୁ। ଏହା ସମ୍ପୂର୍ଣ୍ଣ ପ୍ରତିଷ୍ଠାନ ପାଇଁ ଚିନ୍ତାର ବିଷୟ। ମୁଁ ବହୁତ କଲ୍ ଏବଂ ମେସେଜ୍ ପାଉଛି। ମୁଁ ଏହି ମାମଲାର ସ୍ୱତଃ […]

ବିମାନରେ ହଙ୍ଗାମା କଲେ ୩୦ ଦିନ ଉଡାଣ ନିଷେଧ , ଯାତ୍ରୀ ସୁରକ୍ଷା ପାଇଁ ଡିଜିସିଏର ନୂଆ ନିୟମ

ବିମାନ ଭିତରେ ହଙ୍ଗାମା କଲେ ମହଙ୍ଗା ପଡିବ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଡିଜିସିଏ ପକ୍ଷରୁ ନୂଆ ନିୟମ କରାଯାଇଛି । ଏଭଳି ଯାତ୍ରୀଙ୍କୁ ୩୦ ଦିନ ପର୍ଯ୍ୟନ୍ତ କୌଣସି ବିମାନରେ ଉଡାଣ ପାଇଁ ମିଳିବନି ଅନୁମତି । DGCA ଅନୁଯାୟୀ, ବିମାନ, ଯାତ୍ରୀ ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିମାନରେ ଶୃଙ୍ଖଳା ବଜାୟ ରଖିବା ପାଇଁ “ନୋ/ଜିରୋ ଟଲୋରେନ୍ସ ପଲିସି ଲାଗୁ କରିବା ପାଇଁ ଏହି […]

ପତ୍ନୀଙ୍କୁ ହତ୍ୟା କରି ପୂର୍ବତନ ଇସ୍ରୋ କର୍ମଚାରୀ ଗିରଫ

ପୂର୍ବତନ ଇସ୍ରୋ କର୍ମଚାରୀ ପତ୍ନୀଙ୍କୁ ହତ୍ୟା କରି ଏବେ ପୋଲିସ ହେପାଜତରେ | ବେଙ୍ଗାଲୁରୁରେ ଇସ୍ରୋର ଜଣେ ପୂର୍ବତନ କର୍ମଚାରୀ ନାଗେଶ ରାଓଙ୍କୁ ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଗତ କିଛି ଦିନ ହେବ ସେ ଚାପଗ୍ରସ୍ତ ରହୁଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନାଗେଶ ନିଜ ପତ୍ନୀଙ୍କୁ ଏକ ଟାୱଲରେ ତଣ୍ଟି ଚିପି ହତ୍ୟା କରିଛନ୍ତି। […]

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଲେ ବିରାଟ-ଅନୁଷ୍କା

ଭାରତୀୟ କ୍ରିକେଟ୍ ଟିମର ସୁପରଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ବୃନ୍ଦାବନର ଲୋକପ୍ରିୟ ସନ୍ଥ ଶ୍ରୀ ପ୍ରେମାନନ୍ଦ ଜୀ ମହାରାଜଙ୍କ ମନ୍ଦିରରେ ପହଞ୍ଚିଛନ୍ତି । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଲଗାତାର ୩ ରୁ ୪ ବର୍ଷ ଧରି ଧର୍ମ, ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ସହିତ ଗଭୀର ଭାବେ ଜଡିତ ହୋଇ ରହିଥିବାରୁ ସେମାନେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେମାନେ ପ୍ରଥମ ଥର ପାଇଁ ପ୍ରେମାନନ୍ଦ ଜୀ ମହାରାଜଙ୍କୁ […]

ଇମ୍ରାନ୍ ଖାନ୍‌ଙ୍କୁ ଜେଲ୍‌ରେ ତୁରନ୍ତ ଚିକିତ୍ସା ମିଳୁ,ସମର୍ଥନରେ ବାହାରିଲେ କପିଲ ଦେବ ଏବଂ ଗାଭାସ୍କର

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଜେଲ୍‌ରେ ଅଛନ୍ତି। ଆଦିୟାଲା ଜେଲ୍‌ରେ ଦିନକୁ ଦିନ ବିଗିଡିବାରେ ଲାଗିଛି ତାଙ୍କ ସ୍ବାସ୍ଥ୍ୟବସ୍ଥା। ଆଖିର ଦୃଷ୍ଟିଶକ୍ତି ବି ହରାଇବା ଉପରେ ପହଁଞ୍ଚି ଗଲେଣି। ଏହାକୁ ନେଇ କ୍ରିକେଟ ଜଗତରେ ଗମ୍ଭୀର ଚିନ୍ତା ପ୍ରକାଶ କରାଯାଇଛି। ଏପରିକି ଭାରତର ଦୁଇ ଲିଜେଣ୍ଡ କ୍ରିକେଟର ସୁନୀଲ ଗାଭାସ୍କର ଏବଂ କପିଲ ଦେବ ଇମ୍ରାନଙ୍କ ସମର୍ଥନରେ ବାହାରିଛନ୍ତି। ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପାକିସ୍ତାନ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଇମ୍ରାନଙ୍କ […]

ଭାରତ ପାଇଁ କଳାଦିନ; ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେମାନଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଏବଂ ସମର୍ପଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ।ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ ପୁରିଛି । ଶହୀଦ ବୀର ଯବାନଙ୍କୁ ଝୁରୁଛି ଦେଶ ଝୁରୁଛି ପରିବାର । ୪୦ ଯବାନଙ୍କ ବଳିଦାନରୁ ମନେ ପକାଉଛନ୍ତି ଦେଶବାସୀ । […]

ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ’, ଅନାସ୍ଥା ପ୍ରସ୍ତାବ ନୋଟିସ୍ ଉପରେ ପ୍ରତିକ୍ରିୟା ଦେଲେ ଓମ୍ ବିର୍ଲା

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ବିରୋଧୀ ସଜବାଜ ହେଉଛନ୍ତି । ଏନେଇ ଏକ ନୋଟିସ୍ ଲୋକସଭାର ମହାସଚିବଙ୍କୁ ଦିଆଯାଇଛି ।କଂଗ୍ରେସ ସମେତ ୧୧୮ ସାଂସଦ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ ନୋଟିସ । ଲୋକସଭା ମହାସଚିବଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରାଯାଇଛି ।  ସମାଜବାଦୀ ପାର୍ଟି ଓ ଡିଏମକେ ସମର୍ଥନ କରିଥିବା ବେଳେ TMC ଏପର୍ଯ୍ୟନ୍ତ ଏଥିରେ ସ୍ବାକ୍ଷର କରିନାହିଁ ।ବଜେଟ୍ ଅଧିବେଶନ ସମୟରେ ଲୋକସଭାରେ ବିରୋଧୀ ଓ ସରକାରଙ୍କ ମଧ୍ୟରେ […]