ଅନ୍ତେବାସୀ ପିଲାଙ୍କ ସ୍ୱତନ୍ତ୍ର ଯତ୍ନ ନେବେ ମନ୍ତ୍ରୀ ମଣ୍ଡଳ ଓ ବିଧାୟକ ମନ୍ତ୍ରୀ। ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ,ଓଡ଼ିଶାରେ ୧୪୭ ବିଧାୟକ ଅଛନ୍ତି । ଜଣେ ଜଣେ ବିଧାୟକ ଯଦି ୫ ଜଣ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବେ ତେବେ ୫୦୦ରୁ ଉର୍ଦ୍ଧ ପିଲାଙ୍କ ଭାଗ୍ୟ ପରିବର୍ତନ ହୋଇଯିବ ।
ବର୍ତ୍ତମାନ, ମିଶନ ବତ୍ସାଳୟ ଏବଂ ପିଏମ କେୟାର ଯୋଜନା ଅଧୀନରେ ସମଗ୍ର ରାଜ୍ୟରେ ୨୨୫ଟି ପଞ୍ଜିକୃତ ଶିଶୁ ଯତ୍ନ ଅନୁଷ୍ଠାନରେ ୮୬୮୩ରୁ ଅଧିକ ଶିଶୁମାନଙ୍କର ଯତ୍ନ,ସୁରକ୍ଷା, ବିକାଶ ତଥା ସହଭାଗିତାର ଅଧିକାରଗୁଡ଼କୁ ଜିଲା ଶିଶୁ ସୁରକ୍ଷା ୟୁନିଟଗୁଡିକ ମାଧ୍ୟମରେ ନିଶ୍ଚିତ କରାଯାଉଛି । ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କୁ ବିଧାୟକ ଏବଂ ମନ୍ତ୍ରୀମାନେ ପୃଷ୍ଠପୋଷକ ଯତ୍ନ ନେବା ନିମନ୍ତେ ଗ୍ରହଣ କରିବା ଦିଗରେ ରାଜ୍ୟ ସରକାର ବିଚାର କରିବେ ।