ଅରୁଣଙ୍କ ମନ୍ତବ୍ୟ :ରାଜ୍ୟରେ ବିଗିଡିଗଲାଣି ଆଇନଶୃଙ୍ଖଳା ପରିସ୍ଥିତି

ବିଜେପି ସଭାପତି ଚୟନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ । ସେ କହିଥନ୍ତି, ବିଜେପି କେନ୍ଦ୍ରୀୟ ଦଳ, ଏ ଯାଏଁ ରାଷ୍ଟ୍ରୀୟ ସଭାପତି କି ରାଜ୍ୟ ସଭାପତି ବାଛୁ ନାହାନ୍ତି । ବିଜେଡିର ସଭାପତି ଚୟନ ଶୃଙ୍ଖଳା ସହ ସରିଛି । ସେ ଆହୁରି କହିଛନ୍ତି ଯେ ଅପରାଧୀ ଜାଣିଗଲେଣି ଯେ, ଏ ସରକାର ଦୁର୍ବଳ । ତେଣୁ ଦାନ୍ତହୀନ ଦୁର୍ବଳ ସରକାରକୁ କେହି ଖାତିର କରୁନାହାଁନ୍ତି । ତେଣୁ ସରକାର ଦୟାକରି ଜାନିଯାତ୍ରାରେ ନମାତି ସରକାରୀ କାର୍ଯ୍ୟ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ସେପଟେ ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଦାନ କରିଛନ୍ତି ଦାବିପତ୍ର। ୯ ଜଣ ବରିଷ୍ଠ ନେତାଙ୍କ ସହ ଅନ୍ୟ ବିଜେଡି କର୍ମୀ ଡିଜିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନତନ୍ତ ନାରାୟଣ ଜେନା , ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ବିଭୂତି ବଳବନ୍ତରାୟ, ଲେନିନ ମହାନ୍ତି, ବିଧାୟକ ଅରୁଣ ସାହୁ, ବିଧାୟକ ବିଶ୍ବରଂଜନ ମଲ୍ଲିକ ଙ୍କ ସହ ଦଳୀୟ କର୍ମୀ ମାନେ ଡିଜି କ୍ୟାମ୍ପ ଅଫିସରେ ଆସି ଡିଜି ଙ୍କୁ ଦାବିପତ୍ର ଦେଇଛନ୍ତି ।

ଅଧିକ ପଢନ୍ତୁ

kc ads