ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ ଉଦ୍ଧାର

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏକ ଅଲୌକିକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୨୪୨ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହେଲେ ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେ ସିଟ୍ ନଂ 11 Aରେ ବସିଥିଲେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବ୍ରିଟେନର ବିଶ୍ଵାସ କୁମାର ଏବଂ ତାଙ୍କ ବୟସ ୩୮ ବର୍ଷ। ଏ ସମ୍ପର୍କରେ ଅହମଦାବାଦ ପୋଲିସ୍ କମିଶନର ଜିଏସ୍ ମଲ୍ଲିକ ସୂଚନା ଦେଇଛନ୍ତି ।ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା କ୍ଷଣି ସେ ତଳକୁ ଡେଇଁ ପଡ଼ିଥିଲେ । ଯଦିଓ ୩୮ ବର୍ଷ ବୟସ୍କ ରମେଶ ଆହତ ହୋଇଛନ୍ତି ତେବେ ଚଲାବୁଲା କରି ପାରୁଛନ୍ତି ବୋଲି ଏକ ଭିଡିଓରୁ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ

kc ads