ଆଇନଜୀବୀଙ୍କୁ ସର୍ଭିସ ଟ୍ୟାକ୍ସ ଓ ଜିଏସଟି ନୋଟିସ ମନା -ଓଡିଶା ହାଇକୋର୍ଟ

ଆଇନଜୀବୀଙ୍କୁ ସର୍ଭିସ ଟ୍ୟାକ୍ସ ପୈଠ ପାଇଁ ଅଯଥା ନୋଟିସ୍ ଜାରି କରାଯାଇ ପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏଥିସହ ଆଇନ ପେସାରୁ ଆଇନଜୀବୀ କରିଥିବା ଆୟ ଉପରେ ସେବା କର ଦାବି କରି ଜାରି ନୋଟିସ୍‌କୁ ହାଇକୋର୍ଟ ରଦ୍ଦ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଏସ.ଏନ.ରାୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀମାନଙ୍କୁ ସର୍ଭିସ୍ ଟ୍ୟାକ୍ସ/ଜିଏସଟିରୁ ଆଇନ ଅନୁସାରେ ମୁକ୍ତ କରାଯାଇଥିବା ବେଳେ ସେମାନଙ୍କୁ ବାରମ୍ବାର ଏ ନେଇ ନୋଟିସ୍ କରାଯିବା ପ୍ରସଂଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ।

ସର୍ଭିସ୍ ଟ୍ୟାକ୍ସ/ଜିଏସଟି ପୈଠ ପାଇଁ ଆଇନଜୀବୀଙ୍କୁ ନୋଟିସ ଜାରି ନ କରିବାକୁ ଜିଏସଟି କମିସନର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବେ ବୋଲି ହାଇକୋର୍ଟ ୨୦୨୧, ମାର୍ଚ୍ଚ ୩୧ରେ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସ୍ଥିତିରେ ସେବା କର ପୈଠ ପାଇଁ ଆଇନଜୀବୀଙ୍କୁ ନୋଟିସ୍ ଜାରି କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ କୋର୍ଟଙ୍କୁ ଦର୍ଶାଯାଇଥିଲା।

ଅଧିକ ପଢନ୍ତୁ

kc ads