ଆଜିଠୁ ବଢିବ ତାତି । ହିଟ ୱେଭ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ ।

ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଲାଗିରହିଥିବା ବେଳେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଥିଲା। ତେବେ ମଙ୍ଗଳବାରଠାରୁ ରାଜ୍ୟର ପାରଦ ଉପରମୁହାଁ ହୋଇଛି। ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ। ଆଗାମୀ ୫ ଦିନ ତାପମାତ୍ରା ଧୀରେ ଧୀରେ ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ କମ ରହିଛି ଯାହାକି ଆଗାମୀ ୫ ଦିନ ମଧ୍ୟରେ ଧୀରେ ଧୀରେ ବଢିବ । ଏହି ବର୍ଦ୍ଧିତ ତାପମାତ୍ରା କୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ ୨୯ ତାରିଖ ବେଳକୁ ହିଟ୍ ୱେଭ୍ ପାଇଁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲା ମଧ୍ୟରେ ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଓ ସୁବର୍ଣ୍ଣପୁର ରହିଛି।

ଅଧିକ ପଢନ୍ତୁ

kc ads