ଆଜି ରତ୍ନଭଣ୍ଡାର ମରାମତି, ରତ୍ନ ଗଣତିମଣତି ନେଇ ହେବ ସବିଶେଷ ଆଲୋଚନା

ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ। ଆଜି ଅନୁଷ୍ଠିତ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅନ୍ୟପଟେ ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ ୫ରୁ ୬ ଘଣ୍ଟା ଆବଶ୍ୟକ ଥିବା ବେଳେ କେଉଁ ସମୟରେ ଓ କେଉଁ ନୀତି ପରେ ମରାମତି କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ଜୁଲାଇ ୧୪ ଓ ୧୮ ତାରିଖରେ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା । ଅଗଷ୍ଟ ୨୩ରେ ଖାଲି ସିନ୍ଦୁକକୁ ଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା ।

ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିଥିଲା ଏଏସଆଇର ବୈଷୟିକ ଟିମ୍‌ । ଏବେ ମରାମତି ଓ ଗଣତି ମଣତି ଭଳି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟ ବାକି ରହିଥିବା ବେଳେ ଆଜିର ଛତିଶାନି‌ଯୋଗ ବୈଠକରେ କଣ ନିଷ୍ପତ୍ତି ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଏଥିସହ ଆସନ୍ତାବର୍ଷ ଜାନୁୟାରୀ ୧୩ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁଥିବା ଦେବାଭିଷେକ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ।

ଅଧିକ ପଢନ୍ତୁ

kc ads