ଆତ୍ମସମର୍ପଣ କଲେ ୨ ମହିଳାଙ୍କ ସମେତ ୯ ଦୁର୍ଦ୍ଦାନ୍ତ ନକ୍ସଲ

୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା SPଙ୍କ ନିକଟରେ ନଅ ଜଣ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇ ଜଣ ମହିଳା ମାଓବାଦୀ ସମେତ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।୯ ଜଣ ନକ୍ସଲଙ୍କ ଉପରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ବୁର୍କାପାଲ ଘଟଣା ସମେତ ଅନେକ ଘଟଣାରେ ସମ୍ପୃକ୍ତ ଥିଲେ । ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।‘ନିଆଦ ନେଲା ନାର’ ଯୋଜନା ଦ୍ୱାରା ପ୍ରଭାବିତ ହେବା ଏବଂ ନୂତନ ଶିବିର ପ୍ରତିଷ୍ଠା ଯୋଗୁଁ ପୋଲିସ ଚାପ ବୃଦ୍ଧି ପାଇଲା। ତେଣୁ ନକ୍ସଲ ଭୟଭୀତ ହୋଇ ଆତ୍ମସମର୍ପଣ କରୁଛନ୍ତି। ଏମାନେ ବୁର୍କାପାଲ ଘଟଣା ସମେତ ୫୦ରୁ ଊର୍ଦ୍ଧ୍ବ ଘଟଣାରେ ସମ୍ପୃକ୍ତ ଥିଲେ।

ଅଧିକ ପଢନ୍ତୁ