ଗତ କିଛି ଦିନ ଧରି ଭାରତୀୟ ମାନକ ବ୍ୟୁରୋ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଏହାରି ଭିତରେ ଦିଲ୍ଲୀ ବ୍ରାଞ୍ଚରେ ମୋହନ କୋ-ଅପରେଟିଭ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ସ୍ଥିତ ଆମାଜନ୍ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ଗୋଦାମରେ ଚଢ଼ାଉ କରିଛି ଭାରତୀୟ ମାନକ ବ୍ୟୁରୋ । ଚଢ଼ାଉ ବେଳେ ଗୋଦାମରୁ ୩୫୦୦ ରୁ ଅଧିକ ଏମିତି ପ୍ରଡକ୍ଟ ମିଳିଛି ଯାହା ବିନା ISI ମାର୍କ ଦ୍ବାରା ବିକ୍ରି କରାଯାଉଥିଲା । କେବଳ ଏତିକି ନୁହେଁ ଏହି ପ୍ରଡକ୍ଟ ଉପରେ ଫେକ୍ ଆଇଏସଆଇ ଲେବଲ୍ ମଧ୍ୟ ଲାଗିଥିଲା । ଯାଞ୍ଚ୍ ବେଳେ ମିଳିଥିବା ପ୍ରଡକ୍ଟରେ ଗିଜର୍ , ଫୁଡ୍ ମିକ୍ସର୍ ଏବଂ ଅନ୍ୟ ଫର୍ଣ୍ଣିଚର୍ ମଧ୍ୟ ସାମିଲ୍ ହୋଇଛି । ଏହାର ଅର୍ଥ ହେଉଛି ଏ ସବୁ ପ୍ରଡକ୍ଟ ଫେକ୍ ଏବଂ ଏହି ପ୍ରଡକ୍ଟକୁ ବ୍ୟବହାର କଲା ବେଳେ କେତେବେଳେ ବି କରେଣ୍ଟ୍ ଲାଗିବାର ସମ୍ଭାବନା ରହିଥାଏ । କମ୍ପାନୀ ଏଭଳି ଫେକ୍ ପ୍ରଡକ୍ଟ ବିକ୍ରି କରି ନା କେବଳ ଗ୍ରାହକଙ୍କୁ ଭୁଆଁ ବୁଲାଉଛି ବରଂ ଲୋକଙ୍କ ଜୀବନ ସହ ମଧ୍ୟ ଖେଳୁଛି କହିଲେ କିଛି ଭୂଲ୍ ହେବନି । ସବୁ ପ୍ରଡକ୍ଟକୁ ମିଶାଇଲେ ଏହାର ମୂଲ୍ୟ ୭୦ ଲକ୍ଷ ଟଙ୍କା ହେଉଛି । ଏଥିରେ କୁହାଯାଇଛି ଯେ, ଫ୍ଲିପକାର୍ଟର ସହାୟକ କମ୍ପାନୀ ଇନଷ୍ଟାକାର୍ଟ ସର୍ଭିସେସର ଗୋଦାମରେ ମଧ୍ୟ ଚଢାଉ କରାଯାଇଥିଲା। ସେଠାରୁ ୫୯୦ ଯୋଡ଼ା ‘ସ୍ପୋର୍ଟ୍ସ ଫୁଟୱେର୍’ ଜବତ କରାଯାଇଥିଲା ଯାହାର ଆବଶ୍ୟକୀୟ ଉତ୍ପାଦନ ଚିହ୍ନ ନଥିଲା। ଏଗୁଡ଼ିକର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ଆକଳନ କରାଯାଇଛି।
ଏହି କାର୍ଯ୍ୟ ଗୁଣବତ୍ତା ମାନଦଣ୍ଡ ଲାଗୁ କରିବା ପାଇଁ BIS ଦ୍ୱାରା ପରିଚାଳିତ ଏକ ବ୍ୟାପକ ଦେଶବ୍ୟାପୀ ଅଭିଯାନର ଏକ ଅଂଶ। ଗତ ମାସରେ, ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଲକ୍ଷ୍ନୌ ଏବଂ ଶ୍ରୀପେରୁମ୍ବୁଦୁର ସମେତ ଅନେକ ସ୍ଥାନରେ ସମାନ ଚଢାଉ କରାଯାଇଥିଲା।