ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। 

ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ମରାମତି କାମ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ASI ଅଧୀକ୍ଷକ ଡିବି ଗଡ଼ନାୟକ। ତେବେ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ । ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଅଭିଜ୍ଞ ଇଞ୍ଜିନିୟରଙ୍କ ତତ୍ତ୍ଵାବଧାନରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରାଯିବା ପରେ ଯାଇ ବାହାର ରତ୍ନଭଣ୍ଡାରର ମରାମତି କରାଯିବ । ଏଥିପାଇଁ ଲୁହା ପାଇପରେ ପ୍ରଥମେ ଭାରା ବନ୍ଧା ଯାଇ ବ୍ୟବସ୍ଥିତ କରାଯିବା ପରେ ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯାଇ ମରାମତି କାର୍ଯ୍ୟ କରାଯିବ । ପ୍ରତ୍ୟେକ ଦିନ ଠାକୁରଙ୍କ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଦିନ ୧୨ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ମରାମତି କାର୍ଯ୍ୟ କରାଯିବ।

ଅଧିକ ପଢନ୍ତୁ