ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ଯୋଜନାର ଶୁଭାରମ୍ଭ କରିବେ।ଗତକାଲି ଅନେକ ଆବେଦନକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୧ ଟଙ୍କା ଟ୍ରାନ୍ସଫର କରାଯାଇଛି। ଯେଉଁମାନଙ୍କ ପାଖକୁ ଟଙ୍କା ଯାଇନି, ସେମାନଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ଯାଂଚ ପ୍ରକ୍ରିୟା ଶେଷ ହେବା ପରେ ଟଙ୍କା ପଠାଯିବ।ସାରା ରାଜ୍ୟରେ ସୁଭଦ୍ରା ସଚେତନତା ପଦଯାତ୍ରା ବି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜନତା ମଇଦାନ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି। ସୁଭଦ୍ରା ଯୋଜନାରେ ପରୀକ୍ଷାମୂଳକ ଭାବେ ଆକାଉଂଟକୁ ଏକ ଟଙ୍କା ଆସିବା ପରେ ମହିଳାଙ୍କ ମଧ୍ୟରେ ଖୁସି । ଏବେ ସୁଦ୍ଧା ‘ସୁଭଦ୍ରା’ ଯୋଜନା ପାଇଁ ୬୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଆବେଦନ କରିସାରିଲେଣି।
