ଆସନ୍ତା ଶିକ୍ଷାବର୍ଷରୁ NEPରେ ହେବ ପାଠପଢ଼ା ।

ଓଡ଼ିଶାର ବିଦ୍ୟାଳୟ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତି କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ ଆସନ୍ତା ଶିକ୍ଷାବର୍ଷରୁ ଏନଇପିରେ ହେବ ପାଠପଢା । ବାଲବାଟିକାରୁ ଆରମ୍ଭ ଏନଇପି ।

ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତା ସହିତ ଜାନୁଆରୀ ୨୧, ୨୨, ୨୩ ତାରିଖରେ ଏନେଇ ୱାର୍କସପ ଅନୁଷ୍ଠିତ ହେବ । ନୂଆ ଶିକ୍ଷାନୀତି ଓଡ଼ିଶାରେ ଲାଗୁ ହେଲେ, ଓଡିଶାର ସ୍କୁଲ ପାଠ ପଢାରେ ବୈପ୍ଲବିକ ପରିବର୍ତ୍ତନ ହେବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏନ୍‌ଇପି ଲାଗୁ ଦ୍ବାରା ସ୍କୁଲ ଶିକ୍ଷାର ବର୍ତ୍ତମାନର ୧୦+୨ ଢାଞ୍ଚାକୁ ପରିବର୍ତ୍ତନ କରାଯିବ। ବଦଳରେ ୫+୩+୩+୪ର ଶୈକ୍ଷଣିକ ଓ ପାଠ୍ୟକ୍ରମ ଢାଞ୍ଚା ଲାଗୁ ହେବ। ଅର୍ଥାତ୍‌ ୩ ବର୍ଷ ବୟସରୁ ପିଲାମାନେ ସ୍କୁଲ ଯିବେ। ୩ରୁ ୮ ବର୍ଷ ବୟସର ପିଲାଙ୍କ ପାଇଁ ଖେଳ ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଛି।

ଅଧିକ ପଢନ୍ତୁ