ଆସିଲା ନୂଆ ଇଭି ପଲିସି:ତିନି ଚକିଆ ଇଭି ଗାଡ଼ି କିଣିଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ

ମୋହନ ମାଝୀଙ୍କ ସରକାର ରାଜ୍ୟରେ ଇଲେକ୍ଟ୍ରି ଗାଡ଼ି ଚଳାଚଳକୁ ଗୁରୁତ୍ବ ଦେଉଛନ୍ତି। ୨୦୩୦ ମସିହା ଶେଷ ସୁଦ୍ଧା ରାଜ୍ୟରେ ୫୦ ପ୍ରତିଶତ ଗାଡ଼ି ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ସରକାର ନୂଆ ଇଭି ପଲିସି ଆଣିଛନ୍ତି, ଯାହା ଦ୍ବାରା ନୂଆ ଇଲେକ୍ଟ୍ରି ଗାଡ଼ି କିଣୁଥିବା ଲୋକଙ୍କୁ ପ୍ରୋତ୍ସାହନ ମିଳିବ। ତିନି ଚକିଆ ପାଇଁ ୨୦ ହଜାର ପ୍ରୋତ୍ସାହନ ଦେବେ ସରକାର। ଚାରି ଚକିଆ ଇଭି ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ ସରକାର ଦେବେ ବୋଲି ସୂଚନା ମିଳିଛି। ରାଜ୍ୟ ସରକାର ଏହି ନିୟମ ୨୦୩୦ ଡିସେମ୍ବର ୩୧ ଯାଏଁ ବଳବତ୍ତର ରଖିବେ।

ଅଧିକ ପଢନ୍ତୁ

Odisha Darpan Digital