ଉଡ଼ାଣ ଭରିବା ସମୟରେ ବିମାନ ଭିତରୁ ହଠାତ୍ ବାହାରିଲା ସାପ ଆଉ ଭୟଭିତରେ …

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିମାନବନ୍ଦରରୁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଏକ ଘରୋଇ ବିମାନର କାର୍ଗୋ ହୋଲ୍ଡରେ ଏକ ଜୀବନ୍ତ ସାପ ଦେଖାଯିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ମଙ୍ଗଳବାର ଦିନ ମେଲବୋର୍ଣ୍ଣରୁ ବ୍ରିସବେନ ଯାଉଥିବା ଭର୍ଜିନ୍ ଅଷ୍ଟ୍ରେଲିଆ ବିମାନ VA337 ରେ ଘଟିଥିଲା ।ଯାତ୍ରୀମାନେ ବିମାନରେ ଚଢ଼ିବା ସମୟରେ, କ୍ର୍ୟୁ’ ମାନେ ବିମାନର ତଳ ଅଂଶ ଅର୍ଥାତ୍ କାର୍ଗୋ ହୋଲ୍ଡରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରିଥିଲେ । ଆଉ ବିମାନରେ ଏକ ସାପ ଥିବାର ଅନୁମାନ କରାଯାଇଥିଲା । ଯାହାପରେ ତୁରନ୍ତ ଜଣେ ସ୍ଥାନୀୟ ମାର୍କ ପେଲି ନାମକ ଜଣେ ସାପ ଧରାଳିଙ୍କୁ ଡକାଯାଇଥିଲା । ମାର୍କଙ୍କ ଅନୁସାରେ, ସାପଟି ଏକ ପ୍ୟାନେଲ୍ ପଛରେ ଅଧା ଲୁଚି ରହିଥିଲା ​​ଏବଂ ଅନ୍ଧାରରେ ଏହା ବିଷାକ୍ତ କି ନାହିଁ ତାହା ଚିହ୍ନଟ କରିବା କଷ୍ଟକର ଥିଲା । ସାପଟି ମିଳିବା ପରେ, ସୁରକ୍ଷା କାରଣରୁ ବିମାନ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା । ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ବିମାନ କମ୍ପାନୀ କ୍ଷମା ମଧ୍ୟ ମାଗିଛନ୍ତି । ସାପ ଧରାଳିଙ୍କ ଅନୁଯାୟୀ, ଯଦି ସେହି ସମୟରେ ସାପଟି ଧରାଯାଇ ନ ଥାନ୍ତା, ତେବେ ଇଞ୍ଜିନିୟରମାନଙ୍କୁ ସମ୍ପୂର୍ଣ୍ଣ ବିମାନର ପ୍ୟାନେଲ ଖୋଲି ସାପକୁ ଖୋଜିବାକୁ ପଡ଼ିଥାନ୍ତା । ଯାହା ଫଳରେ ବିମାନ ଆହୁରି ଅନେକ ଘଣ୍ଟା ବିଳମ୍ବ ହୋଇଥାନ୍ତା ।

ଅଧିକ ପଢନ୍ତୁ

kc ads