ଉପରାଷ୍ଟ୍ରପତି ଓ ଶାହଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ ଖମ୍ଭମପତି

ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ବୁଧବାର ଦିନ ନୂଆଦିଲ୍ଲୀରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଭେଟିଛନ୍ତି। ଏହି ସମୟରେ ରାଜ୍ୟପାଳ ଓଡିଶାର ପ୍ରମୁଖ ବିକାଶମୂଳକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ। ରାଜ୍ୟପାଳ କମ୍ଭମପତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି । ଓଡ଼ିଶାର ବିକାଶ ଦିଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ ।

ସରକାରୀ ଯୋଜନା, ଶାସନ କଳକୁ ଲୋକାଭିମୁଖୀ କରି ଜନାଦୃତ କରିବା ନେଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କରିଛନ୍ତି । ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ । ଆଗକୁ ବିଧାନସଭା ବଜେଟ ଅଧିବେଶନ ଆସୁଥିବାରୁ ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତ ବହୁ ଗୁରୁତ୍ୱ ବହନ କରୁଛି । ଏହାସହ ରାଜ୍ୟପାଳ ରାଜ୍ୟ ବିଭିନ୍ନ ସ୍ଥାନକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ