ଏନଆଇଏ ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ଆକ୍ରମଣର ୨ ଦିନ ପୂର୍ବରୁ ରେକି କରିଥିଲେ ଆତଙ୍କୀ

ପହଲଗାମ୍‌ରେ ଏନ୍‌ଆଇଏ ଡିଜି । ପହଲଗାମ୍‌ ପରେ ବୈସରନ ଘାଟି ଯିବେ ଏନ୍‌ଆଇଏ ଡିଜି ସଦାନନ୍ଦ ଦାତେ । ସେପଟେ ପହଲଗାମ୍ ଆକ୍ରମଣକୁ ନେଇ ଏନ୍‌ଆଇଏ ଯାଞ୍ଚରୁ ବଡ଼ ଖୁଲାସା ହୋଇଛି । OGWଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ ।କିପରି ନରହନ୍ତା ଆତଙ୍କବାଦୀ ନିଜର ବର୍ବର କାଣ୍ଡ ଘଟାଇବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ, ତାକୁ ନେଇ ଭିଡିଓ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ପହଲଗାମରେ ଆଗରୁ ରେକି କରିଥିଲେ ଆତଙ୍କବାଦୀ । ହମଲାର ୨ ଦିନ ଆଗରୁ ପହଲଗାମରେ ଡେରା ପକାଇଥିଲେ । ବୈସରନ୍‌ ଘାଟି ସହ ୩ଟି ସ୍ଥାନ ବି ଆତଙ୍କୀଙ୍କ ଟାର୍ଗେଟରେ ଥିଲା ।

ସପ୍ତାହ ପୂର୍ବରୁ ସବୁ ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କବାଦୀ । ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଗୋଟିଏ ସପ୍ତାହ ପୂର୍ବରୁ, ଆତଙ୍କବାଦୀମାନେ ଏପ୍ରିଲ ୧୫ ତାରିଖରେ ଅଞ୍ଚଳର ତିନୋଟି ସ୍ଥାନର ଯାଞ୍ଚ କରିଥିଲେ । ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପହଲଗାମର ଆମ୍ୟୁଜମେଣ୍ଟ ପାର୍କ ସର୍ଭେ କରିଥିଲା, କିନ୍ତୁ ସୁରକ୍ଷା ବୃଦ୍ଧି ଯୋଗୁଁ ଏହି ସ୍ଥାନରେ ଆକ୍ରମଣ ଯୋଜନାକୁ ପରେ ବାତିଲ କରାଯାଇଥିଲା ।ଆକ୍ରମଣରେ ସେମାନେ ୩ଟି ସାଟେଲାଇଟ ଫୋନ ବ୍ୟବହାର ମଧ୍ୟ କରିଥିଲେ।ସେପଟେ ବଢ଼ିଲା ପାକିସ୍ତାନୀଙ୍କ ଭାରତ ଛାଡ଼ିବା ସମୟସୀମା । ଗୃହ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶନାମା । ଆଜି ଥିଲା ବର୍ଡର ବନ୍ଦର ଶେଷ ତାରିଖ । ଅଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ । ନୂଆ ନିର୍ଦ୍ଦେଶନାମା ଆସିବା ଅଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ ।

ଅଧିକ ପଢନ୍ତୁ

kc ads