ଓଡ଼ିଶା ପୋଲିସରେ ନିଯୁକ୍ତ ପାଇଁ ଘୋଷଣା: ଅନ୍‌ଲାଇନ୍‌ରେ ହେବ ଆବେଦନ

ଓଡ଼ିଶା ପୋଲିସ ପକ୍ଷରୁ ଏସ୍‌ଆଇ ବା ସବ୍‌ଇନ୍ସପେକ୍ଟର ପଦବୀ ଖାଲି ଅଛି। ଏଥିରେ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି। ଏଥିସହିତ ଏସ୍‌ଆଇ ସମକକ୍ଷ ପଦବୀ (CPSE-୨୦୨୪) ପାଇଁ ମଧ୍ୟ ନିଯୁକ୍ତି ଘୋଷଣା କରାଯାଇଛି। ବିସ୍ତୃତ ବିଜ୍ଞାପନ ପାଇଁ, ୧୮.୦୧.୨୦୨୫ରୁ ଓଡ଼ିଶା ପୋଲିସ ଓ୍ବେବ୍‌ସାଇଟ୍‌ (http://odishapolice.gov.in) ପରିଦର୍ଶନ କରନ୍ତୁ। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନରେ ଆବେଦନ କରିବାକୁ ଆମନ୍ତ୍ରଣ କରାଯାଇଛି।୨୦ ତାରିଖ ସକାଳ ୧୦ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।

ଆବେଦନର ଶେଷ ତାରିଖ ଫେବୃୟାରୀ ୧୦ ତାରିଖ ରାତି ୧୦ ନିର୍ଦ୍ଧାରଣ କରାଯାଇଛି ।ସବ୍ ଇନସ୍ପେକ୍ଟର ପଦ ପାଇଁ ଏସସିରେ ପୁରୁଷ ପଦ ୪୦ ଥିବାବେଳେ ମହିଳାଙ୍କ ପାଇଁ ୨୦ ସ୍ଥାନ ଖାଲି । ସେହିପରି ଏସଟିଙ୍କ କ୍ଷେତ୍ରରେ ପୁରୁଷ ୧୩୮ ଏବଂ ମହିଳା ୬୮, ଆର୍ଥକ ସ୍ତରରେ ପଛୁଆ ବର୍ଗଙ୍କ ପାଇଁ ପୁରୁଷଙ୍କ ପାଇଁ ୬୪ ଏବଂ ମହିଳାଙ୍କ ପାଇଁ ୩୧ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟ ପଦ ପାଇଁ ସବୁ ବର୍ଗର ଲୋକଙ୍କ ପାଇଁ ପଦବୀ ଖାଲି ରହିଛି ।ଏହି ନିଯୁକ୍ତି ମାଧ୍ୟମରେ ୯୩୩ ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢନ୍ତୁ