ଓଡ଼ିଆ ଝିଅ ପ୍ରଥମ ମହିଳା ଭାବେ ଝାଡ଼ଖଣ୍ଡ ଡିଜିପି

ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଝାଡ଼ଖଣ୍ଡ ପୁଲିସ୍ ଫୋର୍ସର ପ୍ରଥମ ମହିଳା ମୁଖ୍ୟ।ସେ ବର୍ତ୍ତମାନ ଗୃହ, କାରାଗାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି ଓ ତାଙ୍କୁ ନଭେମ୍ବର ୬ ତାରିଖରେ ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ଅନୁରାଗ ଗୁପ୍ତାଙ୍କ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କୁ ଏହି ନିଯୁକ୍ତି ମିଳିଥିବା ନେଇ ସରକାରୀ ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୦୨୫ ମସିହା ନଭେମ୍ବର ୬ରେ ସେ ଅବସର ନେଇଛନ୍ତି। ତେବେ ପୋଲିସ ବାହିନୀରେ ଲିଙ୍ଗଗତ ସମାନତା ଏବଂ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସେ ଜଣାଶୁଣା। କାର୍ଯ୍ୟରତ ମହିଳା ଅଧିକାରୀଙ୍କ ପାଇଁ ଶିଶୁ ଯତ୍ନ କେନ୍ଦ୍ର ଓ କ୍ଷେତ୍ର ଦାୟିତ୍ୱରେ ସମାନ ସୁଯୋଗ ପାଇଁ ସେ ଦୃଢ଼ ସମର୍ଥନ କରି ଆସିଛନ୍ତି।

ଅଧିକ ପଢନ୍ତୁ