ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା । ସିଲିକନ୍ କାର୍ବାଇଡ୍ (ଏସଆଇସି) ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପାଇଁ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ କୁ ଓଡ଼ିଶା କ୍ୟାବିନେଟ୍ ଅନୁମୋଦନ କରିଛି ।ରାଜଧାନୀ ଭୁବନେଶ୍ବରରେ ଏହି ୟୁନିଟ୍ ସ୍ଥାପନ କରିବ । କମ୍ପାନୀ ଏଥିପାଇଁ ୬୧୮.୬୦ କୋଟି ଟଙ୍କା ବିନିଯୋଗ କରିବ । ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ପ୍ରକଳ୍ପ ପାଇଁ କଷ୍ଟୋମାଇଜଡ୍ ପ୍ରୋତ୍ସାହନ ପ୍ୟାକେଜ୍ ଅନୁମୋଦନ କରିଛି ।
