କଟକରେ ତିନି ଜଣ ପାକିସ୍ତାନ ନାଗରିକ ଅଛନ୍ତି । ବିଭିନ୍ନ ଭିସା ବଳରେ ସେମାନେ ଭାରତ ଆସିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ। ଚିହ୍ନଟ କରି ଗୃହ ବିଭାଗକୁ ତଥ୍ୟ ଦେବ ପୋଲିସ । ଗୃହ ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶ ପରେ ପଦକ୍ଷେପ ଗ୍ରହଣ କରିବ ପୋଲିସ । ଜମୁ କଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ଭାରତ ସରକାର ନେଉଛନ୍ତି କଡା ପଦକ୍ଷେପ । ଗୃହମନ୍ତ୍ରୀ ଅମିତ ଶାହ ଦେଶର ସମସ୍ତ ରାଜ୍ୟକୁ କରିଛନ୍ତି ଆଲର୍ଟ । ଭିସା ଯୋଗେ ପାକିସ୍ତାନରୁ ଭାରତ ଆସିଥିବା ନାଗରିକ ମାନକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପାକିସ୍ତାନ ଫେରିବା ପାଇଁ ଗାଇଡ଼ ଲାଇନ ଜାରି କରିଛି କେନ୍ଦ୍ର ସରକାର। ତେବେ ଏହାରି ଭିତରେ ଓଡିଶା ରେ ୧୨ ଜଣ ପାକିସ୍ତାନ ନାଗରିକ ରହିଥିବା ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରଯାଇଛି ।
