କଡ଼ା ସୁରକ୍ଷାରେ ବଡ଼ଦେଉଳ

ଭାରତ-ପାକିସ୍ତାନ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଉଗ୍ର ରୂପ ଧାରଣ କରିଛି। ଯୁଦ୍ଧ ଘୋଷଣା ହୋଇ ନଥିଲେ ବି ଉଭୟ ଦେଶ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଆରମ୍ଭ ହୋଇଛି । ତେବେ କୌଣସି ସମସ୍ୟା ନ ଆସିବା ପାଇଁ ପୁରୀ ବଡ଼ଦାଣ୍ଡରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ନିକଟରେ ସଶସ୍ତ୍ର ସୁରକ୍ଷାବଳ ମୁତୟନ କରାଯାଇଛି । ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି। ଶ୍ରୀମନ୍ଦିର ଚାରି ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହେବା ସହ ପୁରୀ ପୋଲିସ ପକ୍ଷରୁ ଗତକାଲି ରାତିରେ ବିଭିନ୍ନ ସ୍ଥାନ ରେ ନାକା ଲଗାଯାଇ ଜୋରଦାର ଚେକିଂ ବ୍ଲକିଙ୍ଗ କରାଯାଇଥିଲା । ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

ଅଧିକ ପଢନ୍ତୁ

kc ads