କଫ୍ ସିରଫ ଚୋରି କରି ଏଏସଆଇ ନିଲମ୍ବିତ । ନୂତନ ଭାବେ ଏଏସଆଇକୁ ପଦୋନ୍ନତି ପାଇଥିବା ସମ୍ବଲପୁର ଟାଉନ ଥାନାର ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ ।ସେ ମାଲଖାନାରୁ ଜବତ ୨ ପେଟି କଫ୍ ସିରପ ଚୋରି କରିଥିଲେ। କିଛି ଦିନ ତଳେ କନଷ୍ଟେବଳରୁ ଏଏସ୍ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍।ସୂଚନା ଅନୁଯାୟୀ, ଟାଉନ ପୋଲିସ ପକ୍ଷରୁ ପ୍ରାୟ ୧୫ ହଜାର କଫ ସିରପ ଜବତ କରି ଥାନା ମାଲଖାନାରେ ରଖା ଯାଇଥିଲା । ASI ବିଦ୍ୟୁତ ପଣ୍ଡା ଚଞ୍ଚକତା କରି ସେଥିରୁ ଦୁଇ ପେଟି କଫ ସିରଫ ଅନ୍ୟତ୍ର ରଖି ଦେଇଥିଲେ । ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିବା ପରେ ସମ୍ବଲପୁର ଏସପି ତଦନ୍ତ କରି ASI ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ ସିରଫ ଜବତ କରିଛନ୍ତି ।
