କାରେଗୁଟ୍ଟା ପାହାଡ଼: ବିଶାଳ ଅପରେଶନ ପରେ ଦଖଲ କଲେ ସୁରକ୍ଷା କର୍ମୀ

ଛତିଶଗଡ଼ର ଏହି ସ୍ଥାନଟି ଦିନେ ଥିଲା ନକ୍ସଲଙ୍କ ଗଡ଼। ଜାଗାଟିର ନାଁ କାରେଗୁଟ୍ଟା ପାହାଡ଼। କିଛିଦିନ ତଳେ ବିଜାପୁରରେ ଅନୁଷ୍ଠିତ ନକ୍ସଲ ବିରୋଧୀ ଅଭିଯାନ ପରେ ନକ୍ସଲଙ୍କୁ ତଡ଼ି ଏବେ ଏ ପାହାଡ଼ଟିକୁ ସୁରକ୍ଷା କର୍ମୀ ଦଖଲ କରିଛନ୍ତି। ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସମାନ୍ତବର୍ତ୍ତୀ କାରେଗଟ୍ଟା ଜଙ୍ଗଲରେ ଯବାନଙ୍କ ୯ ଦିନ ପୁରିଛି। ଯବାନ କାରେଗଟ୍ଟାର ୧୫୦ କିଲୋମିଟର ପାହାଡ଼କୁ ନିଜ କବଜାକୁ ନେବାରେ ସଫଳ ହେଉଛନ୍ତି। ଏହି ଜଙ୍ଗଲର ୨ଟି ପାହାଡକୁ ଯବାନ ନିଜ କବଜାକୁ ନେବାରେ ସଫଳ ହୋଇଛନ୍ତି। ପ୍ରାୟ ୧୦ ହଜାର ଯବାନ ଏହି ଜଙ୍ଗଲକୁ ଘେରି ରହିଛନ୍ତି।ଏହି ଅଭିଯାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଚ୍ଚ ୨୦୨୬ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (LWE) ନିର୍ମୂଳ କରିବା ପ୍ରତିଶ୍ରୁତି ଆହ୍ୱାନ ପରେ ଚାଲିଥିଲା।ଅପରେଶନ ସମୟରେ ଏହି ନକ୍ସଲ ଗଡ଼, ଯେଉଁଠାରେ ଅନେକ କ୍ୟାଡର ଓ କିଛି ଶୀର୍ଷ ନେତା ଥିଲେ, ୮୦୦ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତୃତ।

ସମଗ୍ର ଅଞ୍ଚଳକୁ ସୁରକ୍ଷା କର୍ମୀମାନେ ଘେରି ରଖିଛନ୍ତି। ପାହାଡ଼ଗୁଡ଼ିକୁ ଅବରୋଧ କରାଯାଇଛି ଏବଂ ଲୁଚି ରହିଥିବା ନକ୍ସଲମାନଙ୍କୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି – ଆତ୍ମସମର୍ପଣ କରନ୍ତୁ ନଚେତ୍ ନିର୍ମୂଳ ହେବେ। ସୁରକ୍ଷା କର୍ମୀମାନେ ଜଙ୍ଗଲୀ ଓ ପାହାଡ଼ିଆ ଭୂମିରେ, ଯେଉଁଠାରେ ବିସ୍ଫୋରକ ଡିଭାଇସ୍ (IED) ବିଛା ଯାଇଛି, ଧୀରେ ଧୀରେ ଆଗେଇ ଚାଲିଛନ୍ତି। ସେମାନେ ମାଓବାଦୀଙ୍କ ଲୁଚିବା ସ୍ଥାନ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଖୋଜୁଛନ୍ତି।ଅନ୍ୟପଟେ ନକ୍ସଲ ତିନି ଥର ଚିଠି ଦେଇ ଶାନ୍ତାବାର୍ତ୍ତା ପାଇଁ ଆଲୋଚନା କରିବାକୁ ଅନୁରୋଧ କରିଚାଲିଛି। ସରକାର କିନ୍ତୁ ଶାନ୍ତିବାର୍ତ୍ତା ପାଇଁ ରାଜି ଥିଲେ ମଧ୍ୟ ପ୍ରଥମେ ସମସ୍ତେ ଆତ୍ମସମର୍ପଣ କର ବୋଲି ଜିଦରେ ଅଟଳ ରହିଛି।

ଅଧିକ ପଢନ୍ତୁ

kc ads