କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଇଁ ମିଡ଼ିଆ ୱେଲ ଫର କମିଟି ଗଠନ

ରାୟଗଡ଼. ୮/୪() : ରାୟଗଡ଼ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ସାମ୍ବାଦିକ କଲ୍ୟାଣ କମିଟି ଆଜି ଗଠନ ହୋଇଛି । ସ୍ଥାନୀୟ ବରିଷ୍ଠ ନାଗରିକ କଲ୍ୟାଣ ସଂଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଏକ ଗୁୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ୨୦୦ରୁ ଉର୍ଦ୍ଧ ସାମ୍ବାଦିକ କାର୍ଯ୍ୟରତ ରହିଥିବା ବେଳେ ସେମାନଙ୍କ ବିଭିନ୍ନ ସମସ୍ୟା,ସୁରକ୍ଷା ଓ କଲ୍ୟାଣ ନିମନ୍ତେ ସର୍ବସମ୍ମତି କ୍ରମେ ଜିଲ୍ଲା ସାମ୍ବାଦିକ କଲ୍ୟାଣ କମିଟି ଗଠନ କରାଯାଇଛି । କମିଟି ପରିଚାଳନା ନିମନ୍ତେ ଏକ ୭ଜଣିଆ ସମନ୍ୱୟ କମିଟି ଏବଂ ଏକ ୧୦ଜଣିଆ ଉପଦେଷ୍ଠା କମିଟି ଗଠନ କରାଯାଇଛି । ନୂତନ ଭାବେ ଗଠନ ହୋଇଥିବା ଜିଲ୍ଲା ସାମ୍ବାଦିକ କଲ୍ୟାଣ କମିଟିକୁ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ସମର୍ଥନ କରିଛନ୍ତି । ଗଠନ ହୋଇଥିବା ୭ଜଣିଆ ସମନ୍ୱୟ କମିଟିରେ ସାମ୍ବାଦିକ ଶିବ ନାରାୟଣ ଗଉଡ,ଶିବ ପ୍ରସାଦ ଦୋରା,ଶିବାଜୀ ଦାଶ. ଭାଗ୍ୟଶ୍ରୀ ମିଶ୍ର,ପ୍ରଶାନ୍ତ ପାଳ,ୱାଇ.ଦାମୋଦର, ଗୌରୀ ଶଙ୍କର ପଟନାୟକ ଙ୍କୁ ମନୋନୀତ କରାଯାଇଥିବା ବେଳେ ୧୦ଜଣିଆ ଉପଦେଷ୍ଠା କମିଟିରେ ଉପଦେଷ୍ଟା କମିଟି ରେ ଅମୁଲ୍ୟ ରତ୍ନ ସାହୁ ,ତ୍ରିନାଥ ଖାଡ଼ଙ୍ଗା ,ହରେକୃଷ୍ଣ ପଟନାୟକ , ସୁରେଶ ଚନ୍ଦ୍ର ଦାଶ , ମାଉଡି ବାରିକ ,ସିମାଞ୍ଚଳ ପଣ୍ଡା , ଚିତ୍ତ ରଞ୍ଜନ ନାୟକ , ଓ ସୁବାସ ସୂର୍ଯ୍ୟ ଙ୍କ ନାମ ସର୍ବ ସମତି ରେ ବରିଷ୍ଠ ସାମ୍ବାଦିକମାନଙ୍କୁ ଚୟନ କରାଯାଇଛି । କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଅଭାବ,ସାମାଜିକ ଓ ବୃତିଗତ ସ୍ଥିରତା ଅଭାବ,ଆର୍ଥିକ ଅସୁବିଧା,ସ୍ୱାସ୍ଥ୍ୟଗତ ଓ ମାନସିକ ଚାପ, ଆଦି ମୁଖ୍ୟ ବିଷୟଗୁଡିକୁ ପ୍ରତିହତ କରିବା ଦିଗରେ ସେମାନଙ୍କର କଲ୍ୟାଣ ପାଇଁ ଏହି କମିଟି ଗଠନର ଆଭିମୁଖ୍ୟ ରହିଥିବା ବୈଠକରେ ମତପ୍ରକାଶ ପାଇଥିଲା । ଏହି କମିଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟସଦସ୍ୟାଙ୍କ ପାଇଁ ବୀମା ବ୍ୟବସ୍ଥା,ଅସୁସ୍ଥ ଓ ଅସହାୟ ସାମ୍ବାଦିକଙ୍କ ପାଇଁ ସାହାର୍ଯ୍ୟର ହାତ ବଢେଇବା,ଆଇନ ଓ ସୁରକ୍ଷା ଅନୁସାରେ ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଆଜିର ଏହି ବୈଠକରେ ଶତାଧିକ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ଥିବା ବେଳେ ଜିଲ୍ଲା ସାମ୍ବାଦିକ କଲ୍ୟାଣ କମିଟି ଗଠନ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଛି ।

ଅଧିକ ପଢନ୍ତୁ

kc ads