କିଟ୍ ରେ ପୁଣି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ତଦନ୍ତ ଆରମ୍ଭ ହୋଇଛି: ପୃଥ୍ବୀରାଜ ହରିଚନ୍ଦନ

କିଟ୍‌ରେ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ନେପାଳର ଉଦେ୍‌ବେଗ । ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ଟ୍ବିଟ୍ କରି ଉଦ୍‌ବେଗ ପ୍ରକାଶ କରିଛନ୍ତି । ତେବେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସୁରେଶ ପୂଜାରୀ କହିଛନ୍ତି, କିଟରେ ଏମିତି ବାରମ୍ବାର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବାସ୍ତବରେ ଚିନ୍ତାଜନକ। ସରକାର ଘଟଣା ଉପରେ ନଜର ରଖିଛନ୍ତି। ସରକାର ଅନୁଧ୍ୟାନ କରୁଛନ୍ତି। ଯୁବପୀଢ଼ି ଆତ୍ମହତ୍ୟା ଆଡ଼କୁ ମୁହାଁଉଛନ୍ତି। କାହିଁକି କିଟରେ ଏମିତି ବାରମ୍ବାର ଘଟୁଛି। ଛାତ୍ରଛାତ୍ରୀଙ୍କ ଉପରେ ଚାପ ରହିଛି କି ସେନେଇ ତଦନ୍ତ କରାଯାଉଛି।
ଏଣେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଯାହା କରିବା କଥା କରୁଛି। ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢନ୍ତୁ

kc ads