କୁକୁଡ଼ା ଭାଡି ଖୋଲିଲେ; ଘରେ ପଶି ଭୁଜାଲିରେ ହାଣି ଚୋରି କଲେ |

ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ , ଘର ଲୋକେ ଘରୁ ବାହାରିବା ପରେ ବେକରେ ଛୁରୀ ଲଗାଇ ଲୁଟିଲେ , ବିରୋଧ କରିବାରୁ ହାଣିଲେ। ସୂଚନା କ୍ରମେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଘର ମାଲିକ ମାଧବ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ମୁହଁରେ କଳାକପଡ଼ା ବାନ୍ଧି ଆସି ମାଧବ ସେଠୀଙ୍କ ଘରେ ପଶିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ କୁକୁଡ଼ାକୁ କରିଥିଲେ ମୋହରା। ଘର ସମ୍ମୁଖରେ ଥିବା କୁକୁଡ଼ା ଭାଡ଼ିରୁ କୁକୁଡା ଗୁଡ଼ିକୁ ଖୋଲି ଦେଇଥିଲେ।

କୁକୁଡ଼ାମାନେ ରାତିରେ ବାହାରକୁ ଆସି ଜୋରରେ ଶବ୍ଦ କରିଥିଲେ।ଏହାର ସୁଯୋଗ ନେଇ ୬ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍ କରିଥିଲେ। ଘରେ ଥିବା ମହିଳାଙ୍କ ଠାରୁ ସୁନାଗହଣା ଲୁଟିବା ସହ ଆକ୍ରମଣ କରିଛନ୍ତି। ଘରର ୩ ମହିଳା ଏବଂ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

ଅଧିକ ପଢନ୍ତୁ