ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ, ଫୋଲେଟ, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ ଅକ୍ସାଲେଟ କିଡନୀ ଷ୍ଟୋନ ସମସ୍ୟା ଦୂର କରିଥାଏ। ତେଣୁ ସକାଳେ ଏଥିରୁ ଅଧାଗ୍ଲାସ ପିଇଲେ ବହୁ ଫାଇଦା ମିଳେ। ଏଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଲେମ୍ବୁରେ ଭିଟାମିନ୍ ଏବଂ ମିନେରାଲ୍ସ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ । ସର୍ବପ୍ରଥମେ ଏହା ଆମର ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଲେମ୍ବୁ ପାଣି ଶରୀରକୁ ହାଇଡ୍ରେଟ୍ ରଖିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି କାହାର ଏସିଡ଼ିଟି ଗ୍ୟାସ ସମସ୍ୟା ଥାଏ ତେବେ ସେ ଲେମ୍ବୁ ପାଣି ପିଇବା ଉଚିତ୍ । ଓଜନ ନିୟନ୍ତ୍ରଣ କରିବାରେ ଲେମ୍ବୁ ପାଣି ସାହାଯ୍ୟ କରେ । ଏହା ଶରୀରକୁ ସତେଜତା ଏବଂ ଶକ୍ତି ଦେଇଥାଏ । ଲେମ୍ବୁପାଣି ରକ୍ତ ସଞ୍ଚାଳନ ସ୍ବାଭାବିକ କରିଥାଏ। ଫଳରେ ହାର୍ଟ ଆଟାକ, ମେଦବହୁଳତା, ରକ୍ତଚାପ ଓ ଡାଇବେଟିସ ସମସ୍ୟା ଦୂର ହୋଇଥାଏ। ତେବେ ଲେମ୍ବୁ ପାଣିର ଉପକାରିତା ସହିତ ଏହାର ଅନେକ କ୍ଷତିକାରକ ଗୁଣ ମଧ୍ୟ ଅଛି, ଯେପରିକି ଲେମ୍ବୁ ପାଣିରେ ଏସିଡ୍ ଥାଏ, ଯେଉଁ କାରଣରୁ ଯଦି ଆପଣ ପ୍ରତିଦିନ ଏହାର ସେବନ କରନ୍ତି, ତେବେ ଏହା ଦାନ୍ତକୁ କ୍ଷତି ପହଞ୍ଚାଇପାରେ ।
କେବଳ ଏତିକି ନୁହେଁ, ଲେମ୍ବୁ ପାଣିର ଅତ୍ୟଧିକ ବ୍ୟବହାର ହେତୁ କିଛି ଲୋକଙ୍କ ମୁହଁରେ ବ୍ରଣ ମଧ୍ୟ ହୋଇଥାଏ । ଏହାର ଅତ୍ୟଧିକ ବ୍ୟବହାର କିଡନୀ ସମ୍ବନ୍ଧୀୟ ସମସ୍ୟାକୁ ବଢାଇପାରେ ।