ୟୁଟ୍ୟୁବର ସରୋଜ ମିଶ୍ର(ତପି)ଙ୍କୁ ବୁଧବାର ଗିରଫ କରିଛି ପୋଲିସ। ତପି ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍ଫୋସିଟି ଥାନା ପୋଲିସ ତାଙ୍କୁ ଗିରଫ କରିଛି।ଗତକାଲି ଲେଖିକା ବନସ୍ମିତା ପତି ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ପ୍ରମୁଖ ପ୍ରେସମିଟ କରି ତପି ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ। ସୂଚନା ଅନୁସାରେ, ତପି ମିଶ୍ର ଜଣେ ଓଡ଼ିଆ ଲେଖିକା ବନସ୍ମିତା ପତିଙ୍କ ବିରୁଦ୍ଧରେ ଅଶ୍ଳୀଳ ଭାଷା ବ୍ୟବହାର କରି ସାର୍ବଜନୀନ ଭାବେ ପୋଷ୍ଟ କରିଥିଲେ। ମାର୍ଚ୍ଚ ୧୭ ତାରିଖରେ ଏହି ପୋଷ୍ଟଟି କରାଯାଇଥିଲା। ବନସ୍ମିତା ଏକ ଫେସ୍ବୁକ୍ ପୋଷ୍ଟରେ ମନ୍ତବ୍ୟ ଦେଇଥିବା ବେଳେ ତପି ତାଙ୍କୁ ଟାର୍ଗେଟ୍ କରି ଆକ୍ଷେପଜନକ ମନ୍ତବ୍ୟ ଦେଇଥିଲେ।
ପୂର୍ବରୁ ମହା ଶିବରାତ୍ରି ସମୟରେ ତପି ଶିବ ତାଣ୍ଡବ ସ୍ତୋତ୍ର ଗାଇଥିଲେ। ଏହାକୁ ସେ ଲଖିଥିବା ନେଇ ତପି ଦାବି କରିଥିଲେ। ତେବେ ବନସ୍ମିତାଙ୍କ ଲେଖାକୁ ନକଲ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତପି ଏହାକୁ ଖଣ୍ଡନ କରି ଏକ ପ୍ରେସ ମିଟ ମଧ୍ୟ କରିଥିଲେ। ତେବେ ଫେସବୁକରେ ଗାଳି କରି ଫସି ଯାଇଥିଲେ ତପି। ଫେସବୁକରେ ଅଶାଳୀନ କମେଣ୍ଟ ମିଳିବା ପରେ ବନସ୍ମିତା ଇନ୍ଫୋସିଟି ଥାନାରେ ଅଭିଯୋଗ ଦାୟର କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ଆଜି ତପିଙ୍କୁ ଗିରଫ କରିଛି।